STORYMIRROR

Shiba Charan Mahapatra

Others

4  

Shiba Charan Mahapatra

Others

ସେ କିଏ

ସେ କିଏ

1 min
308

ଖୋଲା ଆକାଶ ଛାତିରେ 

ବତୀଖୁଣ୍ଟକୁ ଆଉଜି ନିର୍ଲିପ୍ତ ଅନ୍ଧକାରେ

ଫିକ୍ କିନା ହସୁଥିଲା ଯିଏ

ଭେଜାଲ୍ ବିହୀନ ହସଟିଏ

ସେ ଅଲାଜୁକି କିଏ ?

ସେ କଣ ତୁମେ ଥିଲ ?


ସାଉଁଟା ଅନ୍ଧାର ଅସଜଡା କବରୀ ଭେଦି

ସାଉଁଳୁଥିଲା ଯା' ନରମ ଆଙ୍ଗୁଳି 

ତାଳୁରୁ ତଳିପା ବାସ୍ନାୟିତ ହେଉଥିଲା 

ସିଞ୍ଚା ଅତରର ମହମହ ବାସ୍ନା 

ଖୋଜୁଥିଲା ସେ କାହାକୁ 

ଗାଁ ମୁଣ୍ଡ ଏଗଳି ସେଗଳି 

ସେ କଣ ତୁମେ ଥିଲ ?


ରାତି ଝରୁଥିଲା 

ବସଷ୍ଟାଣ୍ଡ ସିମେଣ୍ଟ ବେଞ୍ଚ୍ ଉଲଗ୍ନ ଦେହରେ

କେଟିଲ୍,ଚା,ଚା' ବାଲା ,

ବସ୍ ଅପେକ୍ଷାରେ ଥିବା ସମସ୍ତ ଯାତ୍ରୀ

ସବୁ ଟକମକ ଫୁଟୁଥିଲେ 

ନିଜ ନିଜ ତାତିରେ 

ଚା' କେଟିଲ୍ ରୁଦ୍ଧ ଦ୍ୱାର ଭିତରେ

ଯେ ହାତଧରି ଟାଣିନେଉଥିଲା ମୋତେ

ଜହ୍ନବୁଡା ବେଳରେ 

ଜହ୍ନ ସେପାରିକୁ ଆଉ ଏକ ଜହ୍ନ ପାଖକୁ

ସେ କଣ ତୁମେ ଥିଲ ?


ତାରା ଫୁଲ ହେଇ ନିଆଁ ଜଳୁଥିଲା

ସତ କିନ୍ତୁ 

ଜାଳୁଥିଲା ବେଶି ବେଶି ଆଖି ନଜରରେ

ସେ ଅନ୍ଧାର ରାତି ପିସପିସ୍ କହୁଥିଲା 

ସେ କେବେ ତୁମେ ନୁହେଁ

ତେବେ ସେ କିଏ ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍