STORYMIRROR

Dr Simant Kumar Nanda

Others

3  

Dr Simant Kumar Nanda

Others

ସେ କିଏ

ସେ କିଏ

1 min
132

ପ୍ରେମ ଆସ୍ଥା ଓ ବିଶ୍ୱାସର ମୂର୍ତ୍ତିମନ୍ତ ପ୍ରତୀକଟି ସିଏ

ସ୍ନେହ ଓ ମମତାର ନିବିଡ଼ ବନ୍ଧନ 

ନିରାଶାରେ ଆଶାର ସନ୍ଧାନ 

ବିସ୍ତୀର୍ଣ୍ଣ ଆଧାର ମାନବ ପ୍ରୀତିର

ସାର୍ଥକ ଜୀବନ ।

ସେ କିଏ ?


ଗୋପରୁ ମଥୁରା ଯାତ୍ରା 

 ହୃଦୟ ନିଗିଡ଼ା ଶୋଣିତର ଧାରା

ଗୋପ ଲାଳନାର ନୟନ ପିତୁଳା 

ଅବ୍ୟକ୍ତ ଭାବନା 

 ଅସହ୍ୟ ବେଦନା

ବିଛେଦାନ୍ତ ଯନ୍ତ୍ରଣା ବର୍ଣ୍ଣନା 

 ମିଥ୍ୟା- ବ୍ୟଭିଚାରିଣୀ ନାୟିକା। 

ସେ ସ୍ଥିରଚିତ୍ତା ନିର୍ବିକାର

ସେ କିଏ?


ଅପୁତ୍ରିକ ଲାଞ୍ଛନାର ଗଞ୍ଜଣା 

କୋହଭରା ହୃଦୟାର୍ଦ୍ର 

ବୁକୁଫଟା ଆବେଗ  

ଅପତ୍ୟ -ମମତାକୁ

ପ୍ରକ୍ଷାଳନ କରି ଆବୋରି ଥିଲା ସେ 

ସେ କିଏ?


ସତ୍ୟ -ଧର୍ମ ପାଦେ ପ୍ରଣାମ କରି

ପ୍ରାଣର ପ୍ରତୀକକୁ ନିର୍ଦ୍ଵନ୍ଦ୍ୱରେ ସେ ବନାଚାରୀ କରି ଦେଇଥିଲେ 

ସେ କିଏ ?


ଗରଳକୁ ଚକ୍ଷୁ ମୁଦି ପାନ କରିଥିଲେ ସେ

ଭକ୍ତି ରସ ଅମୃତ ପିଆଲାରେ 

ମାୟବିନୀ ଚରିତ୍ରକୁ ଅଙ୍ଗୀକାର କରି 

ନିର୍ଦ୍ଦୋଷକୁ ଦିଆଇଲେ ଦଣ୍ଡ 

ପ୍ରଣମ୍ୟ ପ୍ରଗତି ପାଇଁ 

ସେ କିଏ?


ଜନନୀ ହେଉ ଅବା ଭଗିନୀ 

ହେଉ କି' ବା ଅର୍ଦ୍ଧାଙ୍ଗିନୀ 

ନୟନୁ ଲୋତକ ଝରି 

ଧ୍ଵଂସିବ ପାପକୁ ତ୍ରିଶୂଳ ସଂଘାତ ପରି।


ଶତରୁପା ସିଏ 

ପ୍ରତି ରୂପେ ପ୍ରତିଷ୍ଠିତା ସ୍ୱୟଂ ମାଆ ମଙ୍ଗଳା ସେ 

ସମାଜ ମଙ୍ଗଳ ପାଇଁ 

ଜାଗ ତୁମେ ଜାଗ ନାରାୟଣୀ 

ସର୍ବଶକ୍ତିର ମଉଡମଣି 


ତୁମ୍ଭଙ୍କୁ ପୁଜନ୍ତି ଯେ ସ୍ଥାନେ ସେ ନର 

ଦେବତା ବସନ୍ତି ଆସି ତାହାର ଉପର 

ନାରୀ ତୁମେ ପ୍ରକୃତି ବସୁଧା ସମ୍ଭୂତ 

ତୁମ୍ଭ ବିନା ଏଠି ସବୁ 

ନୁହଁଇ ନିଶ୍ଚିତ ।


 ସମାଜ ପୁରୋଧା ଶୁଣ ପୁରୁଷ ପୁଙ୍ଗବ 

ଶୁଭ ଯଦି ଚାହଁ ତୁମେ ଧରିତ୍ରୀ ବିଭବ

ନିଜ ସ୍ଥିତି କରିବାକୁ ସୁଦୃଢ ନିଶ୍ଚିତ

ବିଶ୍ଵ ମହିଳା ଦିବସେ ଆଜି ନିଅ ହେ ଶପଥ

ଗଢ଼ିବାକୁ କନ୍ୟା ରତ୍ନ ନୀରୋଗ ସଶକ୍ତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍