STORYMIRROR

Ram Prasad Bisoi

Others

3  

Ram Prasad Bisoi

Others

ସେ ଜଣେ ନାରୀ

ସେ ଜଣେ ନାରୀ

1 min
387


ସେ ଓ ମୁଁ ଏକ ନିରୁତ୍ତର

ପ୍ରଶ୍ନବାଚି ?


ମୁଁ ତା ଦୁନିଆଁକୁ ଛାଡ଼ି ଦେଲି 

ତଥାପି

ମୁଁ ସେଥିରେ ବଞ୍ଚି ରହିଛି,


ତା ଅସ୍ତିତ୍ବ କୁ ଭୁଲିଗଲି

ତଥାପି

ସେ ମୋ ଭିତରେ ବଞ୍ଚି ରହିଛି,


ସେ ମୋ ଦୁନିଆଁକୁ ଛାଡି ଚାଲିଗଲା

ତଥାପି

ତା ଜୀବନରେ ସେ ମତେ ବଞ୍ଚାଇରଖିଛି,


ମୁଁ ତା ପାଇଁ ପ୍ରେମର ସୁନ୍ଦର ସ୍ମାରକି ସୌଧଟିଏ ବନାଇ ଦେଲି

ଆଉ

ତା ଭିତରେ ନିରୁପାୟ ହୋଇ ମୃତବତ୍ତ ଜୀବନ୍ତ ପୁତ୍ତଳିକାଟିଏ ବନାଇ ଛାଡି ଦେଇ

କାନ୍ଥରେ ଲେଖିଦେଲି,


ସେ ଓ ମୁଁ ଏକ ନିରୁତ୍ତର ପ୍ରଶ୍ନବାଚୀ ?

ସେ ଜଣେ ନାରୀ--------!




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍