ସେ ଏକ ସମୟ
ସେ ଏକ ସମୟ
1 min
193
ରାହାଧରି କାନ୍ଦୁଥିଲା ବେଳେ
କୋଳକୁ ନେଇ
ବୁଝୋଉଥିଲେ
କାନ୍ଦ୍ ନିରେ ମା
ଲୁହପୋଛି
କହୁଥିଲେ
'କିଛି ହେବନି"
ସେଇ ସବୁ
ଶବ୍ଦ ଗୁଡା ଯେପରି ମହୋଷଧି
ସତକୁ ସତ କିଛି ବି ହୁଏନି
ସବୁ ହେଇଯାଏ ଠିକ୍ ।
କେତେ ସହଜ ଥିଲା
ସେ ଜୀବନଟା ।
ମୁଁ ଚାହୁଁଥିବା
ଜିନିଷ ସବୁ
ମୋ ହାତ ପାହାନ୍ତାରେ।
ମୋ ଆଖିର ଚମକରେ
ସେ ଛୋଟିଆ ପୃଥିବୀଟା।
ଚମକି ଉଠୁଥିଲା
ମୋ ଓଠର ହସ ଦେଖି
ଖେଳିଯାଏ ଖୁସୀର ଲହଡି
ସେ ପୃଥିବୀ ଏବେ ପ୍ରାୟ ଜନଶୂନ୍ଯ
ଲୋକମାନେ ଅଫେରନ୍ତା ରାଇଜରେ।
କିଛି ଆସବାପତ୍ର
ଆଉ ବ୍ଯବହୃତ ଜିନିଷ ,
ଆଣିଦିଏ ସ୍ମୃତି
ବାକିସବୁ ଚୁପ୍ ଚାପ୍
ଏବେ ଆଉ କାହିଁ ?
ବୁଝିଲି
ସେଥିଲା ଏକ ସମୟ ।
