Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Others

3  

Chittaranjan Nanda

Others

ସଦ୍ଭାବନା ସର୍ବଦା ଜୀବନେ ପରୀକ୍ଷାର

ସଦ୍ଭାବନା ସର୍ବଦା ଜୀବନେ ପରୀକ୍ଷାର

1 min
242



ବାହାର ଚକ୍ ଚକ୍, ହୃଦୟ ପଂକିଳମୟ

ନାହିଁ ସ୍ନେହ ପ୍ରେମ ଭକ୍ତି, ଖାଲି ଅଭିନୟ ।


ମୁଖରେ ଖାଲି କଥା ଧର୍ମ, ସତ୍ଯ ଓ ନ୍ଯାୟର

ହେଉ ସେ ରାଜା ନୁହେଁ ଯୋଗ୍ୟ ସନମାନର ।


ମଣିଷ ପଥ ଭୁଲି ପଡ଼ି ଯାଏ ପଙ୍କ ପ୍ରପଞ୍ଚରେ

ପଚ୍ଛିଳ ପଥ ପରିହରେ ସୁ ଭାବନାର ପ୍ରଭାବରେ ।


ମହାନ ମଣିଷ ବଇରି ସାଜେନି କେବେ ବି କାହାର

ଜନଗଣ ଉପକାର କାର୍ଯ୍ୟେରତ, ସମୟ ତାହାର ।


ସଜ୍ଜନ, ବିଦ୍ୱାନ, କରଇ ସତ୍ କର୍ମ ପ୍ରତିକ୍ଷଣ

ସଦ୍ଭାବନା ସର୍ବଦା ଜୀବନେ ପରୀକ୍ଷାର ପ୍ରଶ୍ନ ।



Rate this content
Log in