ସଦାଶିବ ସ୍ତବ
ସଦାଶିବ ସ୍ତବ
• କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା
• ---------- -------------------- ----------
• ଦେବ ଦେବ ମହାଦେବ ଶ୍ରୀ ଚନ୍ଦ୍ରଶେଖର
• ସର୍ବତନ୍ତ୍ର ସ୍ଵରୂପାୟ ହର ବିଶ୍ଵେଶ୍ଵର
• ପାର୍ବତୀ ବିଳାସ ବନ୍ଧୁ ପ୍ରଭୁ ଦ୍ଵିଗମ୍ଵର
• ପ୍ରଚଣ୍ଡ ତାଣ୍ଡବ ପ୍ରୀୟ ଘେନ ନମସ୍କାର ।।
•
• ଅନଙ୍ଗ ଦର୍ପ ନାଶନ ଗଳେ ସର୍ପ ହାର
• ଶ୍ମଶାନ ରଜ ଲେପିତ ଧବଳ ଶରୀର
• ନୀଳ ପଦ୍ମ ସମ କଣ୍ଠ କେଡେ ଚମତ୍କାର
• ଦକ୍ଷଯଜ୍ଞ ବିଧ୍ଵଂସକ ଘେନ ନମସ୍କାର ।।
•
• ତ୍ରିନେତ୍ର ଧାରୀ ମହେଶ ବ୍ୟାଘ୍ର ଚର୍ମାମ୍ଵର
• ରତ୍ନମୟ ବେଶଭୂଷା ସୁନ୍ଦର ଶରୀର
• ଜଟାଜୁଟ ବିମଣ୍ଡିତ ଶମ୍ଭୋ ଗଙ୍ଗାଧର
• ପଶୁପତି ଭୂତନାଥ ଘେନ ନମସ୍କାର ।।
•
• ମହାକାଳ ମୃତ୍ୟୁଞ୍ଜୟ ହେ ପିନାକ ଧର
• ସର୍ବସମ୍ପଦ ଆଧାର ହେ ଈଶାନେ ଶ୍ଵର
• ଦେବାଧିଦେବ ଈଶ୍ଵର ସ୍ଵାମୀ ମହେଶ୍ଵର
• ଭବଭୟ ବିନାଶକ ଘେନ ନମସ୍କାର ।।
•
• ଜଗଦୀଶ ଜଗତ୍ପତେ ଶତ୍ରୁ କନ୍ଦର୍ପ ର
• ରୁଦ୍ରଗଣାଧିପତି ହେ ତ୍ରିଭୁବନେଶ୍ଵର
• ସଗୁଣ, ନିର୍ଗୁଣ ପ୍ରତିକ ନୟନ ବିଶାଳ
• ହେ ପରମାରାଧ୍ୟ ଶମ୍ଭୋ ଘେନ ନମସ୍କାର ।।
