ସ୍ବୟଂସିଦ୍ଧା
ସ୍ବୟଂସିଦ୍ଧା
ଅନ୍ତର୍ଦାହରେ ଜର୍ଜରିତ ଅନ୍ତର,
ଅନ୍ତରଙ୍ଗ ଅନ୍ତରାତ୍ମା କରେକ୍ରନ୍ଦନ,
ସହିବାର ଆଉ ସାମର୍ଥ୍ୟ ନାହିଁ,
ନରପିଶାଚ ମାନଙ୍କର ହୀନମାନ୍ୟତା,
ବହୁତ ହୋଇଗଲା ନାଚାର ପଣ,
ଅବଗୁଣ୍ଠନ ଲୁଣ୍ଠନ ଅପମାନ l
ଜନ୍ମ ଠାରୁ ବୃଦ୍ଧାହେବା ଯାଏ,
ସହିଛି ପୁରୁଷର ମିଛ ଅହଙ୍କାର,
ତିଳତିଳ ଦଗ୍ଦିଭୂତ ହୃଦୟକୋହ,
ସର୍ବଦା ଭୂଲୁଣ୍ଠିତ ଆତ୍ମସ୍ବର,
ରୂପ ସୌନ୍ଦର୍ଯ୍ୟର ମୁଖାତଳେ,
ନାରୀର ଆତ୍ମଜା କରେ କ୍ରନ୍ଦନ l
ଅବଧାର୍ଯ୍ୟ ଅବଧାରଣର,
ଅବଧି ଏବେ ଉପନୀତ,
ଅନ୍ଧୀଭୂତ ଅନେକ ପ୍ରହେଳିକା,
ସଜ୍ଜନ ଆସ୍ଥରଣ ତଳେ ଦଶାନନ,
ବିକଟାଳ ଅଟ୍ଟହାସ୍ୟରେ ପ୍ରକମ୍ପିତ,
ବିଦ୍ରୂପ କଟାକ୍ଷର କରେ ପ୍ରହାର l
ମୃତସ୍ନାନ କରିସାରିଛି ସଭ୍ୟସମାଜ,
ସୀତାପରି ଧରାଶାୟୀ ହେବନିସତ୍ୟ,
ନିଜକୁହିଁ ଫିଟାଇବାକୁ ପଡ଼ିବ,
ନିଜ ପାଇଁ ମୁକ୍ତିର ପଥ,
ଅପର୍ଣ୍ଣା ଶରଣ୍ୟା ପରିକା,
ସଂହାର କରିବାକୁ ପଡ଼ିବ l
ନୟନ ନିଷ୍ପେଷିତ ବହ୍ନୀଜ୍ବାଳାରେ,
ଜାଳିଦେ ଯାଗ୍ୟସ୍ବେନୀ ପରିକା,
ଦୁର୍ଯ୍ୟୋଧନର ମିଛ ଅହମିକା,
ଦୁଃଶାସନର ରକ୍ତ ଅଞୁଳାରେ,
ଧୋଇଦେ ମୁକୁଳା କେଶଗୁଚ୍ଛା,
ରଚିଦେ ମୋହାଭାରତର ବିଭିସିକା l
ଅବଚ୍ଛିନ୍ନର ବେଳ ସମାପନ,
ଅହ୍ଲାଇଦେ ଅବତସ ଅଳଙ୍କାର,
ଚେତିଯାଅ ସମାଜର ବାର୍ତ୍ତାବାହ,
ଛାଡ଼ିଦିଅ ମିଛ ଅହମିକା ଅହଙ୍କାର,
ନାରୀ ଆତ୍ମାକୁ କଟ୍ଟାରିକା ବନ୍ଦକର,
ଉପନୀତ ସ୍ବୟଂସିଦ୍ଧା ଆଗମନ ବେଳ l
ଶ୍ରୀମତୀ ସସ୍ମିତା ରାଉତ
ସୋର, ବାଲେଶ୍ବର
