ସବୁଠାରୁ ଉଚ୍ଚ ସ୍ଥାନ🏳️🌈
ସବୁଠାରୁ ଉଚ୍ଚ ସ୍ଥାନ🏳️🌈
ପୌରାଣିକ କାଳୁ ଶ୍ରେଷ୍ଠ ସ୍ଥାନ ଅଟେ ନାରୀ ଜାତିଙ୍କର ଏଠି
ପବିତ୍ର ଭୂମିରେ ନାରୀଙ୍କ ମହିମା ଗୁଞ୍ଜୁ ଅଛି ନିତ୍ୟେ ଏଠି।
ନାରୀର ମହତ୍ତ୍ଵ ପୁରୁଷ ଆଗରେ ସ୍ଥାପିତଟି ଆଦି କାଳୁ,
ରାଧାକୃଷ୍ଣ ଗୁଞ୍ଜେ ସୀତାରାମ ଗୁଞ୍ଜେ ଗୁଞ୍ଜୁଅଛି ଆଦିକାଳୁ।
ଅର୍ଣ୍ଣପୂର୍ଣ୍ଣା ଲକ୍ଷ୍ମୀ ନାରାୟଣ ଗୁଞ୍ଜେ ନାରୀଙ୍କ ସମ୍ମାନେ ଆଜି
ପତ୍ନୀ ପତି ନାମ ଗୁଞ୍ଜନ ଭୂମିରେ ଭକ୍ତ ଜପମାଳି ଆଜି।
ଭକ୍ତ ଭକ୍ତି କରେ ରାଧା କୃଷ୍ଣ ନିତ୍ୟେ ସାନ୍ନିଧ୍ୟ ଦର୍ଶନ ପାଇଁ
ସୀତାରାମ ମନ୍ତ୍ର ଭକ୍ତିର ସେ ମନ୍ତ୍ର ଗୁଞ୍ଜେ ରାଷ୍ଟ୍ରସେବା ପାଇଁ।
ନାରୀ ବିନୁ ବୃଥା ମନୁଷ୍ୟ କଳ୍ପନା ଜନ୍ମଦାତ୍ରୀ ମାତା ପାଇଁ
ମନୁଷ୍ୟ ସମାଜ ଉତ୍ପତ୍ତି ତାହାରେ ଜଗତ ଜନନୀ ପାଇଁ।
ଉଚ୍ଚ ସ୍ଥାନ ତାଙ୍କ ରହି ଥିବ ସଦା ତାଙ୍କରି ସମ୍ମାନେ ନିତ୍ୟେ
ନାରୀ ଜାତି ବିନୁ କଳ୍ପନା ବେକାର ସୃଷ୍ଟିର ନିର୍ମାଣେ ନିତ୍ୟେ।
ଦୁଇ ଜାତି ଭବେ ସ୍ତ୍ରୀ ଓ ପୁରୁଷ ସୃଷ୍ଟିର ହିଁ ସୃଜନ ପାଇଁ
ଜନ୍ମଦାତ୍ରୀ ମାତା ଜନ୍ମ ଦିଏ କଷ୍ଟେ ସମାଜ ନିର୍ମାଣ ପାଇଁ।
ରୀତିନୀତି ଦିଏ ସନ୍ତାନେ ତାହାର କର୍ମଜ୍ଞାନୀ ହେବା ପାଇଁ
ଆଦର୍ଶ ସନ୍ତାନ କିପରିଟି ହେବ ସବୁ ଧ୍ୟାନ ତାଙ୍କ ପାଇଁ।
ମାତୃଶକ୍ତିଟି ଅଟେ ଜଗତ ନିର୍ମାଣେ ଦୟାନିଧିଙ୍କ ସୃଷ୍ଟି
ନାରୀଙ୍କ ମହିମା ସର୍ବୋପରି ଭବେ ବିଶ୍ୱନାଥଙ୍କର ସୃଷ୍ଟି।
ନାରୀ ଅଟେ ଶକ୍ତି ଜନନୀ ଆମରି ଦଶ ମାସ ଗର୍ଭେ ଧରି
ପତ୍ନୀ ରୂପେ ନାରୀ ଗୃହ ଲକ୍ଷ୍ମୀ ହୁଏ ସଂସାର ଭିଆଣ କାରି।
ଭଉଣୀର ରୂପେ ମାନ୍ୟତା ନାରୀର ରାକ୍ଷୀ ବାନ୍ଧେ ଶକ୍ତ କରି
ସୁରକ୍ଷା ବଚନ ଭାଇ ଦିଏ ତାକୁ ଆସୁ ଯେତେ କଷ୍ଟ ଧରି।
ନାରୀ ଅଟେ ମାତା ନାରୀ ଅଟେ ପତ୍ନୀ ନାରୀ ହିଁ ଭଉଣୀ ଭବେ
ସମ୍ପର୍କ ଅପାର କରୁଣା ସାଗର ପୂଜ୍ୟନୀୟ ଏହୁ ଭବେ।
ଭକ୍ତ କରେ ନିତ୍ୟେ ପୂଜା ଆରାଧନା ଯୁଗଳ ନାମରେ ନିତ୍ୟେ
ମନ୍ତ୍ର କରିଥାନ୍ତି ଯୁଗଳ ନାମକୁ ଶ୍ରଦ୍ଧା ପ୍ରେମ ଭାବ ନିତ୍ୟେ।
