ସବୁଜିମାର ସ୍ୱର
ସବୁଜିମାର ସ୍ୱର
1 min
182
ଆମ ଏ ଧରିତ୍ରୀ ସବୁଜିମାର
ହେବାକୁ କୃଷକ ତୁଣ୍ଡରେ ସ୍ୱର।୧
ବରଷାକୁ ଦେଖି ଗାଉଛି ଗୀତ
ପାଦେ ତେଲ ଦେଇ ହେବାକୁ ମିତ।୨
ମୁଣ୍ଡରେ ପଗଡ଼ି ବଳଦ ସାଥେ
ନ ଡରି ବର୍ଷାକୁ ଯାଏ ଏ ପଥେ।୩
ଶପଥ ନେଇଛି ସୌନ୍ଦର୍ଯ୍ୟ ଭାବ
ତୁଣ୍ଡରେ ଆହାର ଯୋଗାଇ ଦେବ।୪
ନିଜେ ପଛେ ଦୁଃଖ ଓ କଷ୍ଟ ପାଉ
ବିଶ୍ୱବାସୀ ତାର ଖାଇବା ପାଉ।୫
ସେ ପାଇଁ କୃଷକ କର୍ମରେ ମନ
ନିଜକୁ ଭାବିଛି ଅନେକ ଧନ୍ୟ।୬
ଆଦ୍ୟ ଆଷାଢ଼ରେ ରୁଆ ବିହୁଡା଼
ପଖାଳ ଖାଉଛି ବିଲର ହୁଡ଼ା।୭
ହୃଦୟ କନ୍ଦରେ ଦୁଃଖକୁ ଭୁଲି
ଭାବିନି ନିଜକୁ ଏ କର୍ମ କୁଲି।୮
ଧନ୍ୟରେ କୃଷକ ତୋର ବଡି଼ମା
ମୁଣ୍ଡ ନଇଁଯାଏ ମୋହର ସିନା।୯
ଜଗତ ପାଇଁ କି ଆହାର ତୁମେ
ସବୁଜିମା ଭରା କରୁଛ ଭୂମେ।୧୦
