STORYMIRROR

Chandrakanta Nayak

Others

3  

Chandrakanta Nayak

Others

ସବୁ ତ ଦେଇଛ ତୁମେ !

ସବୁ ତ ଦେଇଛ ତୁମେ !

1 min
280

ସବୁ ହରେଇଛି ହେ କଳା ସାଆନ୍ତେ

କେବଳ ତୁମକୁ ଛାଡି ପାରିନି ।

ସବୁ ଫେରେଇଛି ଯାହା ଆଣିଥୁଲି

କେବଳ ତୁମଠୁ ଫେରି ପାରିନି ॥


ସବୁ ମିଳେ ସିନା ପାପର ଦରବ

ପୂଣ୍ୟ ରାତି ପାଇଁ ସାତ ସପନ ।

ସବୁ ଯାହା ଏଠି ଲୋକ ଦେଖାଣିଆ

ପାପରେ ପାପରେ ଘାରେ ଯା ମନ ॥


ସବୁ ଆଣିଥୁଲି ଉଧାର ସିନା ମୁଁ

ବସା ଘର ଖଣ୍ଡେ ଦେଇଛୁ ବୋଲି ।

ସବୁ ମୋର ନୁହେଁ ତଥାପି ଗରବେ

ସବୁ ମୋର ମୋର କହୁଛି ଖାଲି ॥

...ମୋ ଶବ୍ଦ ଶ୍ରୀ ଜଗନ୍ନାଥ !



Rate this content
Log in