ସବୁ ତ ଦେଇଛ ପ୍ରଭୁ
ସବୁ ତ ଦେଇଛ ପ୍ରଭୁ
1 min
196
ସବୁତ ଦେଇଛ ପ୍ରଭୁ ଏ ଜୀବନେ
କିଛି ମୋର ଅବଶୋଶ ନାହିଁ
ବାସ ଏତିକି ମିନତୀ
ଅଛି ଯେତେ ଏ ମନରେ କଳୁଷ କଳ୍ମଷ
ଦୂର କର ତୋର ମୋର ବୃଥା ଆସ୍ଫାଳନ l
ସଞ୍ଚରି ଯାଉ ମୋ ଦେହ ସାରା ତୁମ ବାସ ଚନ୍ଦନ
ମହକି ଉଠୁ ଏ ପଞ୍ଚ ପ୍ରାଣ
ତୁମ ନାମକୁ ପାଥେୟ କରି ବିତିଯାଉ ଏ ସାରା ଜୀବନ l
ତୁମ ନାମ ଗାଈ ଗାଈ ତୁମମୟ ହେଇଯାଉ ମୋ ସତ୍ତା
ମୋ ଆତ୍ମା ମୋ ଚର୍ତୁପାଶ୍ୱ
ଆଉ ମୁଁ ତଲ୍ଲୀନ ହୋଇଯାଏ ତୁମରି ନାମରେ l
"ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ ହରେ ହରେ
ହରେ ରାମ ହରେ ରାମ ରାମ ରାମ ହରେ ହରେ "
ଏହି ମହାମନ୍ତ୍ରେ ଅଭିଷିକ୍ତ କରି ନିଜକୁ
ସମର୍ପିଛି ତୁମ ଶ୍ରୀଚରଣେ
କୋଳେଇ ନିଅ ହେ ପ୍ରଭୁ ହତାଦର ନକରି l
ମୁଁ ଏକ ଦୀନ ହୀନ ଅକିଞ୍ଚନ ଭକ୍ତ ତୁମରି l
