STORYMIRROR

Hrushikesh Satpathy

Others

2  

Hrushikesh Satpathy

Others

ସବୁ ମଣିଷଙ୍କୁ କର ନିଜର

ସବୁ ମଣିଷଙ୍କୁ କର ନିଜର

1 min
13.7K


ଦୁନିଆରେ କେହି ଅନାଥ ନୁହନ୍ତି

ସବୁ ମଣିଷଙ୍କ ନାଥ ଠାକୁର ।

ଜଟିଳ ଜଞ୍ଜାଳ ଭିତରେ ସଜାନ୍ତି

ଜରାଜୀର୍ଣ୍ଣ ଦେହ, ରକ୍ତ ମାଂସର।

କାହାରି ଭାଗ୍ୟରେ ରାଜ ମହଲ ତ

କାହା କପାଳରେ କୁଡ଼ିଆ ଘର ।

ତଥାପି ସଭିଏଁ ଜୀ'ବାର ପାଇଁ

ସଂଘର୍ଷ ରଚନ୍ତି ସେ ନିରନ୍ତର ।

ମଣିଷ ଭାବରେ ମଣିଷ ପାଇଁକି

ଯେବେ ରହିଅଛି ଭାବ ଅପାର ।

ତାଙ୍କରି ଭିତରେ ନିଜକୁ ହଜାଇ

ସବୁ ମଣିଷଙ୍କୁ କର ନିଜର ।

ମରୁ ଦରିଆରେ ଶ୍ରାବଣ ଖେଳିବ

ଆକାଶେ ଉଡିବ ରଙ୍ଗ ହଜାର ।

ମଣିଷ ପଣକୁ ସମ୍ମାନ ମିଳିବ

ମହକି ଉଠିବ ସାରା ସଂସାର ।


Rate this content
Log in