STORYMIRROR

Chittaranjan Nanda

Others

3  

Chittaranjan Nanda

Others

ସବୁ ମିଳେ କି ଟଙ୍କାର ବଳରେ

ସବୁ ମିଳେ କି ଟଙ୍କାର ବଳରେ

1 min
211

ପୁଞ୍ଜିବାଦୀ ସର୍ବସ୍ୟ ପ୍ରତ୍ୟେକ 

ସମାଜରେ

ମନରେ ଭାବନା ରହେ, ସବୁ 

ମିଳେ ଟଙ୍କାରେ ।


ଟଙ୍କାରେ ମିଳ‌ଇ କାମିନୀ କାଞ୍ଚନ 

ସବୁ ଅଚିରେ 

ଓଁକାରର ବ୍ରହ୍ମ ନାଦ ମଧ୍ୟ କରନ୍ତି 

ଟଙ୍କାର ବଳରେ ।


ଟଙ୍କା ନଥିଲେ ନବୋଲିବେ କେହି 

ତୁମକୁ ବାବୁରେ

ସନ୍ଥ, ଯୋଗୀ ହୋଇ ମଧ୍ୟ ଧାଇଁଛନ୍ତି 

ଟଙ୍କାର ପଛରେ ।


ଟଙ୍କା ଦେଇ ପରା ଏଠି ହୁଅନ୍ତି ନେତା

 ଅଭିନେତା

ଏପରିକି ଟଙ୍କା ପାଇଁ ଲୋକେ କରନ୍ତି 

ମଣିଷ ହତ୍ୟା ।


ଏଠି ଟଙ୍କା କିଣି ନିଏ ନ୍ୟାୟ ଓ ଆଇନ୍‌

ରକ୍ଷକକୁ 

ଦୂରୀଭୂଚ କରେ ମଣିଷର ଠିକ୍ ଅନୁଚିତ୍ 

ଚିନ୍ତା କରିବା ଶକ୍ତିକୁ ।


କବିର ମୂଲ୍ୟାୟନ ହୁଏ ଯେଉଁଠି ଟଙ୍କାର 

ଲୋଭରେ

କଳିହେବନି ତାର କବିତ୍ଵ ଆଡଭାର୍ଟାଇଜମେଣ୍ଟ

ନଖୋଜିବାରେ ।


କବିତାରେ ଆଙ୍କେନା ଯିଏ ଆଜି ସମାଜର

ପ୍ରତିଛବି 

ପ୍ରିୟା ପ୍ରୀତିରେ ପାଆନ୍ତି ସମ୍ମାନ, ହୁଏ ସେ 

ପ୍ରତିଷ୍ଠିତ କବି ।


କବି ସ୍ରଷ୍ଟା, କବି ଦିବ୍ୟ ଦ୍ରଷ୍ଟା, ସେ ଭାଷାର 

ଦକ୍ଷ କାରିଗର

ସେ ପୂଜ୍ୟ ହେବକି କେବେ ସଳଖ ଦୃଷ୍ଟି ନଥିବା

ଲୋକଙ୍କ ପାଖର ।

 


Rate this content
Log in