STORYMIRROR

Arundhati Senapati

Others

3  

Arundhati Senapati

Others

ସ୍ବତନ୍ତ୍ରତା

ସ୍ବତନ୍ତ୍ରତା

1 min
11.7K

ପଞ୍ଜୁରୀରେ ଥିବା ପକ୍ଷୀକୁ

ଲୌହ ପିଞ୍ଜରାରେ ଥିବା ପଶୁକୁ

ଲୌହ ଶିକୁଳିରେ ବନ୍ଧା ହାତୀକୁ

କାରାଗାରରେ ଥିବା ବନ୍ଦୀକୁ

ସ୍ବୀୟ ମତ ସାବ୍ଯସ୍ତ କରିପାରୁ ନ ଥିବା ମନୁଷ୍ୟକୁ ଥରେ ପଚାର


ସ୍ବତନ୍ତ୍ରତା କ'ଣ?


ପରାଧୀନତାର ଅନ୍ଧକାରକୁ ଚିରି.......

ପଞ୍ଜୁରୀର ପକ୍ଷୀ କହିବ          

ଉନ୍ମୁକ୍ତ ଆକାଶରେ                   

ଡେଣା ଝାଡି ଉଡିବାର ସୁଖ।


ପିଞ୍ଜରାର ପଶୁ କହିବ

ସ୍ବାଧୀନ ରୂପେ ବନାନୀ କ୍ରୋଡରେ                             

ବିଚରଣ କରିବାର ସୁଖ।


ଶିକୁଳିରେ ବନ୍ଧା ହାତୀ କହିବ            

ସ୍ବଚ୍ଛନ୍ଦରେ ଚାରି ଗୋଡ ପକାଇ                              

ଇତସ୍ତତଃ ବୁଲିବାର ସୁଖ।


କାରାଗାରର ବନ୍ଦୀ କହିବ             

ବେଡିରୁ ମୁକ୍ତ ହୋଇ ଜୀବନକୁ                            

ସ୍ବେଚ୍ଛାରେ ଉପଭୋଗ କରିବାର ସୁଖ।

ମତ ପ୍ରକାଶ କରିପାରୁ ନ ଥିବା ମନୁଷ୍ୟ କହିବ               

ସ୍ବତନ୍ତ୍ର ରୂପେ ମତ ପ୍ରକାଶ କରିବାର                                                   

ସ୍ବର୍ଗୀୟ ସୁଖ।


ପରାଧୀନତା ହିଁ ସ୍ବତନ୍ତ୍ରତାର ସ୍ବାଦ ଚଖାଏ

ସ୍ବତନ୍ତ୍ରତା ଯୁଗେ ଯୁଗେ ସୁଖ ଓ ମାଦକତା ଭରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍