ସ୍ବପ୍ନ
ସ୍ବପ୍ନ
ସ୍ବପ୍ନ !
ହୋଇ ପାରେ ଦୁଃଖିନୀ ର
ଝରି ପଡୁଥିବା ଆଖିରୁ ଦି ବୁନ୍ଦା ଲୁହର
ହୋଇପାରେ ରାଜ ଉଆସରୁ
ଭାସି ଆସୁଥିବା ଖିଲି ଖିଲି ହସର
ଅବା ହୋଇପାରେ ନିରୀହ ଶିଶୁର
ଆଗାମୀ ଭବିଷ୍ୟତର
ହୋଇପାରେ ବାପା ମାଆଙ୍କର
ପିଲାମାନଙ୍କୁ ନେଇ ଚିନ୍ତାର
ସ୍ବପ୍ନ ତ ସମସ୍ତେ ଦେଖନ୍ତି
କିଏ ଦେଖେ ଆଖି ଖୋଲା କରି
ତ କିଏ ଦେଖେ ବନ୍ଦ ଆଖିରେ
କିନ୍ତୁ କୁହତ ସବୁ ସ୍ବପ୍ନ କଣ୍ ସତ ହୁଏ
ତେବେ ମଣିଷ ସ୍ବପ୍ନ ଦେଖେ କଣ ଲାଗି
ହଁ ସମସ୍ତେ ସ୍ବପ୍ନ ଦେଖିବା ନିହାତି ଦରକାର୍
ଆଗକୁ ବଢ଼ିବାକୁ ,ସଫଳତା ପାଇବାକୁ
ସ୍ବପ୍ନ ଦେଖ ଖୋଲା ଆଖିରେ
ପୁରକରିବାକୁ ଲଗାଇ ଦିଅ ସବୁ ବଳ
ନିଶ୍ଚୟ ସଫଳ ହେବା
ମହାନ୍ ପୁରୁଷ କଲାମ୍ ଙ୍କ ଭଳି
କର୍ମ କୁ ଲଗାଇବା ଦେଶର ହିତରେ
ଜନ ଜାତିର ସ୍ୱାର୍ଥରେ,ମାନବ କଲ୍ୟାଣ ପାଇଁ
ଆମେ ହୋଇଯିବ ବିଶ୍ଵ ବନ୍ଦନିଆ
ତେଣୁ ସ୍ବପ୍ନ ଆମେ ଦେଖିବା
ଓ ସ୍ବପ୍ନ ଦେଖାଇବା ଆଗାମୀ ପିଢ଼ି କୁ
ଉନ୍ନତି ଓ ଅଗ୍ରଗତି ଲାଗି
ସବୁ ଦେଖିଥିବା ସ୍ବପ୍ନକୁ ପୂରଣ କରିବା ଲାଗି
ସୁବ୍ରତ ଜେନା
