Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sudhanjali Mishra

Others

3  

Sudhanjali Mishra

Others

ସ୍ବପ୍ନ

ସ୍ବପ୍ନ

1 min
137



ମୁଁ ଦେଖିଛି ଏକ ସପନ

ଦେବାକୁ ସଫଳ ରୂପାୟନ

କରୁଛି ପ୍ରୟାସ ସଦା

ଦେଇକରି ମନଧ୍ୟାନ ।

କର୍ମରେ ହୋଇ ଲୀନ

ସଦା ମୁଁ ଦଣ୍ଡାୟମାନ

ବାସ୍ତବର ରୂପ ଦେବାପାଇଁ

ଗଣୁଥାଏ ଖାଲି ଦିନ ।

ସପନ ତ

ପୁଣି ସପନ

ବାସ୍ତବର ରୂପନେବ ଦିନେ

କୃପାକଲେ ଭଗବାନ ।

ଗୀତାରେ ଅଛି ଲେଖା

କହନ୍ତି ଶ୍ରୀକୃଷ୍ଣ ଭଗବାନ

କର୍ମଣ୍ଣ୍ୟେ ବାଧିକାରସ୍ତେ

ମାଫଳେଷୁ କଦାଚନ ।

ଯଦି ବା ସପନ ନହୁଏ ପୂରଣ

କରିବା ନାହିଁ ଦୁଃଖ ମନ

ହାରେ ନାହିଁ ସିଏ ଜଗତରେ କେବେ

ଯଦି କରୁଥାଏ ସଦା ଉଦ୍ୟମ ।

ଆସ ଭାଇ ଭଉଣୀ ସକଳେ

ଦେଖିବା ସୁକୃତ ସପନ

ସପନ ହୀନ ଜୀବନ

ନୁହଁଇ ଜୀବନ

ଯହିଁ ନଥାଏ ସଂଗ୍ରାମ ।

ଅହରହ ଆମେ କରିବା ପ୍ରୟାସ

କାର୍ଯ୍ୟରେ ଦେଇମନ

କର୍ତ୍ତବ୍ୟ ପୂରଣ ଶାଶ୍ବତ ଧରମ

କର୍ମ ହିଁ ତ ଭଗବାନ,କର୍ମ ହିଁ ତ ଭଗବାନ ।



Rate this content
Log in