ସ୍ବପ୍ନ
ସ୍ବପ୍ନ
1 min
370
ନୀଳ ଆକାଶର ଗାଲିଚାରେ
ଫୁଲ ପରି ଫୁଟେ ଯିଏ
ସିଏ ଜହ୍ନ ତାରା...
ମନ ଆକାଶର ଗାଲିଚାରେ
ଫୁଲ ପରି ଫୁଟେ ଯିଏ
ସିଏ ସ୍ୱପ୍ନର ପସରା....
ସନ୍ଧ୍ୟାର ପରଶେ
ଆଲୋକ ହରଷେ
ହସାଏ ସେ ଧରା
ସିଏ ଜହ୍ନ ତାରା....
କୋମଳ ସ୍ପର୍ଶରେ
ଆଖିର ହସରେ
ହୁଏ ବରଷାର ଧାରା
ସିଏ ସ୍ୱପ୍ନର ପସରା...
ସମୟର ବନ୍ଧନରେ
ନିୟମର ଆକଳରେ
ପ୍ରକୃତିର ଝରା
ସିଏ ଜହ୍ନ ତାରା....
ମୁକ୍ତ ଏକ ନିଳୟରେ
ମୁକ୍ତ ରଙ୍ଗ ମହଲରେ
ହୁଏ ମନ ଭରା
ସିଏ ସ୍ୱପ୍ନର ପସରା...
ମନର ଆକାଶରେ
ସ୍ୱପ୍ନ ହିଁ ଜହ୍ନ ରାତି,
ସ୍ୱପ୍ନ ହିଁ ଜହ୍ନ ତାରା
ପୂର୍ଣ୍ଣିମାର ଆଲୋକ ପସରା...
