STORYMIRROR

Nirupama Bhattamishra

Others

3  

Nirupama Bhattamishra

Others

ସ୍ବପ୍ନ

ସ୍ବପ୍ନ

1 min
2.1K

କୌଣସି ଏକ ସନ୍ଦିଗ୍ଧ ମୁହୂର୍ତ୍ତରେ 

ତମେ ଆସିଥିଲ 

ବଳୟିତ ଅନେକ ସୁଖକୁ ନେଇ 

ନୀଳ ପରୀ ପରି ଶାନ୍ତ କାମ୍ୟ 

ତମର ଦୁଇଟି ପକ୍ଷ ହଲାଇ 

ତମ ବାହୁର ଛାୟା ତଳେ 

ଅନେକ ସ୍ୱର୍ଗ 

ବାଆଁରେଇ ହୋଇ 

ଗୋଟେ ପରେ ଗୋଟେ ଅତିକ୍ରାନ୍ତ ହୋଇଯାଏ 

ତଥାପି ତମେ ସେମିତି ଉଡୁଥାଅ 

ତମ ଉଡ଼ିବାଟା ଯେମିତି ମୁଁ ଚାହେଁ 

ଚାହେଁ ପ୍ରକୃତି ଓ ନିୟତି 

ଏମିତି ଉଡୁଛ ବୋଲି ତ 

ତମ ପକ୍ଷର ନୀଳ ନୀଳ ଛାୟା ତଳେ 

ଗଢି ଉଠେ କେତେ ସୌଖିନ ନଅର 

ଆଉ ସେହି ନଅରରେ ଘୁରି ବୁଲୁଥାଏ 

ସୂର୍ଯ୍ୟ ଚନ୍ଦ୍ରକୁ ଦେଖି ନଥିବା ରାଜକୁମାରୀ 

ତାପରେ ତ ତମେ ଉଡ଼ିଯାଅ 

ସ୍ୱପ୍ନ ସବୁ ଦିବାଲୋକର 

ବଂଶୀ କଣ୍ଟାରେ 

ଶବ ହୋଇ ଝୁଲୁଥାଏ. 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍