STORYMIRROR

Sanuja Meghamala

Others

3  

Sanuja Meghamala

Others

ସ୍ବପ୍ନ

ସ୍ବପ୍ନ

1 min
11.5K

ନିଦ ଭାଙ୍ଗି ଗଲେ ସ୍ବପ୍ନ ଭାଙ୍ଗିଯାଏ

   କିବା ନୂଆ କଥା ଇଏ

ତଥାପି ମଣିଷ କାହିଁକି କେଜାଣି

   ସ୍ବପ୍ନ କୁ ହିଁ ଭଲ ପାଏ !।

ସପନ ପଛରେ ଧାଇଁ ଧାଇଁ ନିତି

 ହୁଏ କେତେ ବାଟବଣା

ମିଛ ସପନର ଅଳିକ ସୁଖରେ

   ଦୁଃଖ ବଢିଯାଏ ସିନା ।

ସପନ ଆସଇ  ନିଝୁମ ରାତିରେ

  ହେବା ପାଇଁ ସାଥିଟିଏ

ମନେ ଭରିଦେଇ ଅସରନ୍ତି ଆଶା

ବାଟ ଭାଙ୍ଗି ଚାଲିଯାଏ ।

ଛାତି ତକେ ସ୍ବପ୍ନ ତୋଳି ମଧୁଛନ୍ଦ

   ବିଭୋର କରାଏ ନିତି

ମରୀଚିକା ସମ ସେଇ ସୁରେ ହଜି

    ସମୟଟା ଯାଏ ବିତି ।

 ସପନ ଦେଖାଏ ବଞ୍ଚିବା ପାଇଁକି

     ଅଙ୍କା ବଙ୍କା ନୂଆ ପଥ

 କ୍ଷଣେ ଭାଙ୍ଗି ଯାଏ ପୁଣି ସେ ସପନ

      ହୁଏ ନାହିଁ କେବେ ସତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍