STORYMIRROR

Krushna Chandra Dakua

Others

3  

Krushna Chandra Dakua

Others

ସ୍ବପ୍ନ ଟିଏ

ସ୍ବପ୍ନ ଟିଏ

1 min
11.4K

ଗାଢ଼ ରାତିରେ ଅନ୍ଧାର ମଧ୍ୟରେ

ତନ୍ଦ୍ରାର ରାଜୁତି

ନିମଗ୍ନତା ହେବାର

କେବଳ ଗୋଟଏ ମୋହ

ବଳିଯିବି ଚନ୍ଦ୍ରମାର ଆଲୋକ

ଏମିତି କେତେ କ'ଣ

ୟା ଭିତରେ ଉଭୟଙ୍କ ଗୋଷ୍ଠି ସଂଘର୍ଷ

ମୋଘୁଆ ରାତିର ନିଃଶବ୍ଦତା ଭିତରେ

ବେଙ୍ଗ ବେଙ୍ଗୁଲିର କଳହ ଆଊ

ଝିଙ୍କାରର କୋହଭରା ଚିତ୍କାର

ରାତ୍ରିର ଗାଢ଼ ଅନ୍ଧାରରେ ହାରି ମଧ୍ୟ

ନିଜକୁ ଆବିଷ୍କାର କରିବାର ଶତଚେଷ୍ଟା

ଦିନରେ ଅବା କେଉଁ କମ୍ କି

ଦିନର ଚଞ୍ଚଳତା ଆଊ କୋଳାହଳ ଭିତରେ

ନିଜକୁ ଜାହିର କରିବାର ଅଜସ୍ର ପ୍ରୟାସ

ଏବେ କିନ୍ତୁ

ନିଜ ଜୀବନର-

ସଂଘର୍ଷ କାହାଣୀ ସାଉଁଟିବାର ବେଳ

ସାଇତି ରଖିବାର ବେଳ ବର୍ତ୍ତମାନର ଚଳଣି

କାରଣ ଜଣା ନାହିଁ ମୋତେ

କେଉଁ ଏକ ସୂର୍ଯ୍ୟଦୟ

ତୋଳିବ ନିଖୁଣ ସ୍ୱର୍ଣ୍ଣମନ୍ଦିର ଅବା

କେଉଁ ଏକ ନିଶି ଭାଙ୍ଗିବ

କଅଁଳ ହାତ ତିଆରି ମାଟି ଘର

କିନ୍ତୁ ବିଶ୍ୱାସ ଅଛି ନିଶ୍ଚେ ସ୍ମାରକୀ ପାଲଟିବ .....!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍