Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

rasmi maye pati

Others

3  

rasmi maye pati

Others

ସ୍ବପ୍ନ ର ପାହାଡ

ସ୍ବପ୍ନ ର ପାହାଡ

1 min
23


ସ୍ୱପ୍ନର ପାହାଡ଼ ରଚିଥିଲି ଦିନେ

  ବାମନର ରୂପ ନେଇ,

ତଥାପି ଚାନ୍ଦକୁ ହାତ ବଢାଇନି

 ହୀରା ମୋତି ମାଗିନାହିଁ ।


ମୁଠା ମୁଠା ମାଟି ଖସେ ପାହାଡ଼ରୁ

  ସ୍ୱପ୍ନ ସବୁ ଯାଏ ଧୋଇ,

ଜୀବନ ଯାତ୍ରାର ମଝି ସଡ଼କରେ

  ରାତି ସବୁ ଯାଏ ପାହି ।


ନିଦ ହଜିଯାଏ ରାତି ସାରିଯାଏ

  ସ୍ୱପ୍ନ ଯାଏ ବଢି ବଢି,

କାହୁଁ ତ ଦିଶେ ନି ଆଶାର କିରଣ

  ମନ ଯାଏ ମରି ମରି ।


ସ୍ୱପ୍ନ ସହରରେ କାଟୁଥିବି ରାତି

  ଆଉ ବାକି କେତେ ରାତି,

ଶେଷ ରାତି ବୋଧେ ସରିଯିବ ଏଠି

  ସ୍ୱପ୍ନ ରହିଯିବ ବାକି !



Rate this content
Log in