Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Subal Routray

Others

2  

Subal Routray

Others

ସ୍ବପ୍ନ ମୋର ଟିକି ଚଢେଇ

ସ୍ବପ୍ନ ମୋର ଟିକି ଚଢେଇ

1 min
7.0K



ମୋ ଆଖିର ସ୍ବପ୍ନ ଟିକି ଚଢେଇରେ

ତୁ ତ ବିଶାଳ ଗଗନ ,

କେତେ ଉଚ୍ଚ ଯାଏ ଉଡି ସେ ପାରିବ

ନାହିଁ ମୋର ଅନୁମାନ !

ଉଡାଏ ନା ଖାଲି ଡେଣାର ଶକତି

ଚଂଚଳ ତୋର ପବନ ,

ମନର ଶକତି ଉଡିବାର ଇଛା

ଉଡିବାର ଉପାଦାନ !

ଭିଜେ ବରଷାରେ ସିଝେ ସେ ଖରାରେ

ଥରାଏ ଝଡ଼ ତୋଫାନ ,

ତଥାପି ତୋ କୃପା ଟିକି ଚଢେଇକୁ

ସାହା ସଦା ଭଗବାନ !

ଉଡି ଉଡି ସେତ ଛୁଇଁ ବାକୁ ଚାହେଁ

ତୋର ଅଭୟ ଚରଣ ,

ଛୁଉଁ କି ନ ଛୁଉଁ ଉଡୁ ସେ ଏମିତି

ଯାବତ୍ ସଂଧ୍ୟା ଆଗମନ !


Rate this content
Log in