STORYMIRROR

Rasmita Dixit

Others

3  

Rasmita Dixit

Others

ସ୍ବୀକାରୋକ୍ତି

ସ୍ବୀକାରୋକ୍ତି

1 min
366

ଜୀବନର ମଧ୍ୟାହ୍ନରେ

ଅଚାନକ ତୁମେ ଆସିଗଲ

ଫୁଲର ଫଗୁଣ ବୁଣି

ଲକ୍ଷେ କୃଷ୍ଣଚୁଡାର ରଙ୍ଗ ଆଣି

ଭରିଗଲା ମୋ ମନର ବଗିଚାରେ

ରୂପ-ରସ-ରଙ୍ଗ -------

ହେ ମୋର ଆତ୍ମାର ପ୍ରଥମ କଦମ୍ବ!!!!!!

ଚୋରାଇ ନେଳ ମୋ ହୃଦୟ କୋଠଘରୁ

ଯେତେ ଅନୁରାଗ

ନିଃସ୍ୱ କରି ମନ , ହୃଦ, ପ୍ରାଣ ଓ ପ୍ରଣୟ

ତୁମ ସ୍ମୃତି କରୁଛି ଅଥୟ ।

ଜାଣିତ ପାରେନି ,

ତୁମକୁ ମୁଁ ଭଲପାଇ

ପାପ ଅବା ପୁଣ୍ୟ ମୁଁ କରିଛି

ଅମୃତ କି ବିଷ ମୁଁ ପିଇଛି

ଭଲପାଇବାରେ ଥାଏ

ଏତେ ଦୁଃଖ, ଏତେ ଯନ୍ତ୍ରଣା !!!

ହସି ହସି ଆଦରି ନେଇଛି ।

ତୁମେ ମୋର

ମନ୍ମୟ, ଆତ୍ମମୟ ବିଛୁରିତ ସ୍ଥିତି

ମୋ ହୃଦୟେ ଭରା ଆଜି ତୁମ ମଧୁସ୍ମୃତି

ମୁଁ ହେଲେ ନୀଳ କଇଁ

ତୁମେ ମୋ ଚନ୍ଦ୍ରମା

ତୁମେ ମୋ କବିତା

ତୁମେ--ମୋ ପ୍ରାଣର ପ୍ରତିମା


Rate this content
Log in