STORYMIRROR

ପ୍ରିୟଦର୍ଶିନୀ ମହାନ୍ତି

Others

4  

ପ୍ରିୟଦର୍ଶିନୀ ମହାନ୍ତି

Others

ସଭିଙ୍କ ପ୍ରିୟର ଖେଳ

ସଭିଙ୍କ ପ୍ରିୟର ଖେଳ

1 min
369

କେଡେ ସୁନ୍ଦର ଏ  ଭାରତ ଦେଶ ମୋ

    ଧର୍ମ, ବେଶ ପୁଣି ଅନେକ,

କେତେ କେତେ କ୍ରୀଡା  ପଦର୍ଶନ କରେ

    କ୍ରିକେଟ ତହିଁରୁ ଏକ।


ବହୁ ସମର୍ଥକ ପାଇତ ହୋଇଛି

    ସଭିଙ୍କ ପ୍ରିୟର ଖେଳ,

ଏକାଦଶ ଜଣ  ଖେଳାଳିକୁ ନେଇ

   ହୋଇଥାଏ ଏକ ଦଳ।


ନିଜ ଦେଶ ପାଇଁ  ପ୍ରତିନିଧି ହୋଇ

    ଓଲ୍ହାନ୍ତି ମଇଦାନେ,

ଆପ୍ରାଣ ପ୍ରଚେଷ୍ଟା  କରିବାର ଫଳ

    ମିଳିଥାଏ ପ୍ରତିଦାନେ।


ଦୁଇଟି ଦେଶର  ଦୁଇ ଦଳ ନେଇ

   ହୋଇଥାଏ ଏହି ଖେଳ,

ଖେଳର ଶେଷରେ  ନିପୁଣ ଦଳଟି

   ପାଏ ବିଜୟର ଫଳ,


ବିଶ୍ୱକପ ପାଇଁ  ବିଜୟର ଟିକା

   ଏ ଦେଶ ପାଇଛି ସଦା,

ଭାରତବର୍ଷକୁ  ବିଶ୍ୱ ଦରବାରେ

   କରିଅଛି ପରିଚିତା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍