STORYMIRROR

SUKANTA KHANDA

Others

3  

SUKANTA KHANDA

Others

ସଭିଙ୍କ ପରି ଆମେ

ସଭିଙ୍କ ପରି ଆମେ

1 min
203


ଝରଣା ଝରେ ଝରଝର

ପବନ ବହେ ସରସର।୧

ବରଷା ପଡ଼େ ଟପଟପ

ବେଙ୍ଗୁଲୀ ଡିଏଁ ଖପଖପ।୨

ଚିମିନି ଧୂଆଁ ଭୁସଭୁସ।୩

କିଏ ଖାଇବ ମାଜାଜୁସ।୪

ଏହି ସମୟେ ଝଟପଟ

ଆଈ ନାତୁଣୀ ଭେଟାଭେଟ।୫

ଆଈ କୋଳରେ ଚଟାପଟ

ବସି ଖାଇଲେ ଝଟଝଟ।୬

ଖରା ବରଷା ଦେଖି ଆଈ

ଘୁଗୁନି ମୁଢି଼ ଦେଲେ ଖୋଇ।୭

ଆମ ଆଈଟା ଭାରି ଭଲ

ସଦା କରନ୍ତି କେତେ ଗେଲ।୮

ଆନନ୍ଦ ଭରି ସଦା ଆମେ

ଖାଇ ଖେଳିଲୁ ନିତିଦିନେ।୯

ଆହେ ସମୟ ଏହିପରି 

ଆସ ପ୍ରାଣୀଙ୍କ ହୃଦଭରି।୧୦

      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍