STORYMIRROR

Dipti lekha Mishra

Others

4.8  

Dipti lekha Mishra

Others

ସଭିଏଁ ଦୁଃଖି

ସଭିଏଁ ଦୁଃଖି

1 min
9.0K


ବିଚିତ୍ର ଏ ଦୁନିଆ

ବିଚିତ୍ର ଏଠିକାର ଜୀବ

ବିରାଟକାୟ ସଂସାରର ମାୟା

ଅରୁପ ତାର ମାନଚିତ୍ର

ଅଙ୍କାବଙ୍କା ପରିଚୟ ପତ୍ର ॥

ସତରେ ଭାରୀ ବିଚିତ୍ର,ଅବାନ୍ତର,

ଅକଥନୀୟ ସେ ଦୁନିଆ

ଯେଉଁଠି ସଭିଏଁ ଦୁଃଖି ॥

ଯାହାକୁ ବି ପଚାର ତୁମେ

ସବୁ କହିବେ ସଂକ୍ଷିପ୍ତରେ

ମୋ ଭଳି ଦୁଃଖି କେହି ନାହିଁ

ମୋ ଭଳି ଦୁର୍ଭାଗ୍ୟ କାହାର ନାହିଁଁ ॥

ଅଳପ ଜନ କହୁଛନ୍ତି

ଦୁଃଖସୁଖ ଦୁହେଁ ସମାନ ।

ଯିଏ କହୁଛି ସେ ଦୁଃଖି

ସେ ପୁଣି ଖୋଲୁ ତାର ଆଖି ।।

ଯେତେ କଷ୍ଟ କୄୄୄୄଷକର

ଯେତେ ଦୁଃଖ ଭାରତ ସେନାର

ଯେତେ ଦୁଃଖ ଭିନ୍ନକ୍ଷମଙ୍କର

ସେତେ ଦୁଃଖ କଣ ତୁମର ???


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍