STORYMIRROR

Sudhanjali Mishra

Others

3  

Sudhanjali Mishra

Others

ସ୍ବଚ୍ଛ ସୁନ୍ଦର ଆମ ଗଂଜାମ

ସ୍ବଚ୍ଛ ସୁନ୍ଦର ଆମ ଗଂଜାମ

1 min
372

ସ୍ବଚ୍ଛସୁନ୍ଦର ଆମ ଗଂଜାମ

ହାତକୁ ହାତ ମିଶାଇ କରିବା କାମ

ହୋଇଣ ଏକ ପ୍ରାଣ ଓ ଏକ ମନ,

ଭାରତ ହେଉ କି, ଅବା ଗଂଜାମ

ସବୁଠି ଚାଲିଛି,ଚାଲିବ ସ୍ବଚ୍ଛଭାରତ ଅଭିଯାନ ।


ଅକ୍ଟୋବର ଦୁଇ ଗାନ୍ଧିଜୟନ୍ତୀରେ

ଶୁଭାରମ୍ଭ ଏହି କାର୍ଯ୍ୟକ୍ରମ

ମୋଦି ମହାଶୟେ ହାତେ ଧରି ଝାଡୁ

କରିଛନ୍ତି ଜନ ସଚେତନ ...........।


ଆବାଳ ବୃଦ୍ଧ ବନିତା ସହ

ସମାଲ୍ ସ୍ବେଚ୍ଛାସେବୀ ସଂଗଠନ

ତା'ସହ ସାମିଲ ଶିକ୍ଷାଅନୁଷ୍ଠାନ

ସଚେତନ ଜନସାଧାରଣ ........।


ଝାଡୁ ଧରି ହାତେ କାର୍ଯ୍ୟରତ ସର୍ବେ

ରାସ୍ତାଘାଟ ଆଉ ରେଳଷ୍ଟେସନ

ଶୈlଚାଳୟ ସଫା,ବିଦ୍ୟାଳୟ ସଫା

ପୋଖରୀ ସଫା ସହ କରିବା ଗ୍ରାମ ....।


ଅହରହ ଆମେ କରିବା ସଫା

ସୁନ୍ଦର ହୋଇବ ଆମ ଗଂଜାମ

ହୃଦେରଖି ଆମ ସେବାମନୋଭାବ

କରିବା ଯଦି ଆମେ ସଦା ଉଦ୍ୟମ ....।


ବାପୁଙ୍କ ସ୍ବପ୍ନ ହେବ ସାକାର

ସଫଳ ହେବ ଅଭିଯାନ

ତେବେ ଯାଇ ଆମେ କହିବା ସଭିଏଁ

ସ୍ବଚ୍ଛ ସୁନ୍ଦର ଆମ ଗଂଜାମ .....

ସ୍ବଚ୍ଛ ସୁନ୍ଦର ଆମ ଗଂଜାମ ........।

           


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍