STORYMIRROR

sasmita sarangi

Others

3  

sasmita sarangi

Others

ସ୍ବଚ୍ଛ ରାଜନୀତି

ସ୍ବଚ୍ଛ ରାଜନୀତି

1 min
190

ନିର୍ବାଚନ କାର୍ଯ୍ୟ ନଗଦେ ସରିଛି

 ଦେଖି ଶୁଣି ଲାଗେ ଦୁଃଖ ,

ନୋଟ୍ ବଦଳରେ ଭୋଟ କିଣିବାକୁ

 ପ୍ରାର୍ଥୀ ଙ୍କ ଆଗ୍ରହ ଦେଖ ।


ସ୍ବଚ୍ଛ ରାଜନୀତି ନାମରେ ଚାଲିଛି

  କେତେ କେଳେଙ୍କାରୀ ଏଠି ,

ଯୋଗ୍ୟତା ଥାଇ ବି ଅଯୋଗ୍ୟ ଘୋଷିତ

ନ ଦେଇ ପାରିଲେ ବଟି ।


ସୁନା ର ଭାରତ ସ୍ବପ୍ନ ଦେଖିଥିଲେ

 ସ୍ବାଧୀନ କରି ଦେଶକୁ ,

ବଳିଦାନ ତାଙ୍କ ଶିରିହୀନ ଆଜି

  ଧିକ୍କାରୁଥିବେ ନିଜକୁ ।


 ‌ମହାକାଳ ଫଳ ପ୍ରାୟ ରାଜନୀତି

  ଗ୍ରାସ କରିଛି ଦୁନିଆଁ ,

ସ୍ବଚ୍ଛ ଶାସନର ଘୋଡଣୀ ଭିତରେ

 କୁହୁଳେ ଅସ୍ବଚ୍ଛ ନିଆଁ ।


ଗଣତନ୍ତ୍ର ଆଜି ଭୁଷୁଡି ପଡିଛି

  ଅରାଜକତା ର ବସେ ,

ଜନସାଧାରଣ ଆତଙ୍କେ ରୁହନ୍ତି

 ଗୁଣ୍ଡାରାଜ ଚାଲେ ଦେଶେ ।

 


Rate this content
Log in