ସ୍ବାର୍ଥରେ ଜୀବନ
ସ୍ବାର୍ଥରେ ଜୀବନ
1 min
175
ଚାଲି ଚାଲି ଆଜି ଥକି ଗଲି ବୋଲି
ଚିହ୍ନି ପାରିଲି ନିଜକୁ
କିଏ ଆପଣାର କିଏ ପୁଣି ପର
ହସିଲି ମୋ ଜନମକୁ ।
ଥିଲା ଧନ ଯେବେ ଶୁଭେ ଆପଣାର
ହୋଇ ଗଲେ ଗୋଟେ ଦିନେ
ସରିଲା ଧନ ମୋ ଯେଉଁ ଦିନ ଠାରୁ
ସବୁ ଶୂନ୍ୟ ଏ ଜୀବନେ ।
ଜୀବନ ବଞ୍ଚିବା କଷ୍ଟସାଧ୍ୟ ଆଜି
କାହାକୁ ନେଇ ବଞ୍ଚିବି
ମୃତ୍ୟୁବି ଆସୁନି ଖୋଜୁଛି ମୁଁ ଯେତେ
ବଞ୍ଚିକି କଣ କରିବି ।
