ସ୍ବାଗତଂ ମହାଦେବୀ
ସ୍ବାଗତଂ ମହାଦେବୀ
• ସ୍ବାଗତଂ ମହାଦେବୀ
• କବି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର ମଙ୍ଗଳାଯୋଡି ଖୋର୍ଦ୍ଧା
• ---------- -------------------- ----------
• ସୈ।ଭାଗ୍ୟ ଶୁଭ ଲଗନ ଆଶ୍ଵିନ ସକାଳ
• କିରଣ ବିଛାଇ ରାତି ଅନ୍ଧାର ଦୂରେଇ ।
• ପ୍ରାତିଚୀ ନଭେ ଉଦିତ ଅରୁଣ ଉଜ୍ବଳ
• ନାନାବିଧ କୁସୁମେ ଯେ ଧରାକୁ ସଜାଇ ।।
•
• ପ୍ରବେଶିଅଛି ପାର୍ବଣ ପବିତ୍ର ଲଗନ
• ବଜାଇ ବିବିଧ ସ୍ବରେ ଭେରୀ,ତୂରୀ,ବୀଣା ।
• କର ସର୍ବେ ମିଳିମିଶି ଦେବୀ ଆବାହନ
• ଅମଳ କମଳ ପଦ କରବା ବନ୍ଦନା ।।
•
• ନିନାଦିତ ମନ୍ଦ୍ର ନାଦେ ମୃଦଙ୍ଗ, ମର୍ଦ୍ଦଳ
• ସୁରପୁର ବୀରାଙ୍ଗନା ଦେବୀ ମହାଦେବୀ ।
• ସୁଦିର୍ଘ ନିସ୍ବନେ ବାଜୁ ଶୁଭ ଶଂଖ ସ୍ବର
• ପରଶରେ ଉତ୍ଫୁଲ୍ଲିତ ହୋଇ ଉଠୁ ଉର୍ବୀ ।।
•
• ଅମୂଲ୍ୟ ନିଧି କି ଅବା ଲଭିଛି ଦରିଦ୍ର
• ସେହିମତେ ବସୁମତୀ ଆନନ୍ଦେ ଅଧୀର ।
• ରଙ୍କ କିବା ଲଭିଅଛି ଅମୂଲ୍ୟ ସମ୍ପଦ
• ବିଜୟ କରନ୍ତି ଦେବୀ ଛାଡ଼ି ସୁରପୁର ।।
•
• ବିଜୟା ବିଜୟ ଆଜି ପ୍ରକୃତି ବିଭୋର
• ଅରୁଚ ଅଭିନୟ ତୁ ନକର ରେ ନର ।
• ଯେତେ ପାପ ଅପକର୍ମ ମହୀଷା ଅସୁର
• ସମ ନିଜ ଅଭିନୟେ ନକର ନକର ।।
•
• ପବିତ୍ରତା ଭାବ ମନେ ହୃଦୟେ ବହନ
• କରି,ଆସ ମାତୃଶକ୍ତି କରିବା ବହନ ।
• କାଶପୁଷ୍ପ ପ୍ରାୟ ଶୁଭ୍ର ଧବଳ ବରଣ
• ହୃଦୟ ନିର୍ମଳ ହେଉ ଗଙ୍ଗାଜଳ ସମ ।।
•
• ଆସ ଦେବୀ ହୈମବତୀ ତୋ ବରଦ ହସ୍ତ
• ସ୍ବାଗତ ବନ୍ଦନା ଗାଅ ମାନବ ସକଳ ।
• ପ୍ରସାରି ସବୁରି ମନ କର ଗୋ ପବିତ୍ର
• ପ୍ରଫୁଲ୍ଲିତ କର ଧରା ଦୁଃଖକରି ଦୂର ।।
