ସ୍ବାଗତମ
ସ୍ବାଗତମ
ନବ ଉଦିତର ସୁରଜର ସମ
ଉଦଭାସିତ ଏ ଭବେ
ନୂତନ କିରଣ ବିଚ୍ଛୁରିତ ହେବ
ହସିବ ଏ ଧରା ଯେବେ।
ପାଦ ଥାପିବାକୁ ବଢାଇଛି ପାଦ
ଆଗନ୍ତୁକ ନବବର୍ଷ
ଆତିଥ୍ୟ କୁ ତୁମ ଆଦର କରିଣ
ଦେଖିବୁ ତୁମ ଉତ୍କର୍ଷ।
ଅର୍ଘ୍ଯଥାଳି ଧରି ଉଭା ହୋଇଅଛୁ
ଶୁଭ ନାରିକେଳ ସ୍ଥାପି
ବନ୍ଦାଣ ଗୀତିକା ପୁଷ୍ପର ସମ୍ଭାର
ହୁଳହୁଳି ଆଦି ସମ୍ପି।
ଅଦିନ ବରଷା ଧୋଇଦେଲା ପରା
ଚଲାପଥ ଚଇତାଳୀ
କାକର ମୋତିରେ ସଜେଇଛି ବିହି
ଚର୍ତୁପାର୍ଶ୍ବ ଚଉମାଳି।
ସାଥିରେ ତୁମର ଆଣିବନି କେବେ
ଦୁଃଖର ଅସରା ଲୁହ
ବିଗତ ଆମର ଭାଙ୍ଗିଛି ତ ହାଡ
ମନେ ଅଛି କେତେ କୋହ।
ଅତୀତକୁ କେବେ ଠିଆ କରିବୁନି
ଦେବୁ ନାହିଁ ଆଉ ଦୁଃଖ
ସରଗ ସୁଷମା ଦେବୁ ଉପହାର
ଭରିବୁ ମନରେ ସୁଖ।
ନୂତନ ଦିଗନ୍ତ ଶୁଭୁଅଛି ଆଜି
ଓଂକାର ବେଦର ଧ୍ବନି
ଚର୍ତୁଃବେଦ ମଧ୍ୟ ହୋଇ ଏକାକାର
ଶୁଭେ ଭାଗବତ ବାଣୀ।
କୋରାନ,ବାଇବେଲ ବେଦ ଉପନିଷଦ
ଶିଖ ଧର୍ମଗ୍ରନ୍ଥ ମାନ
ମିଳିତ ହୋଇଣ କରୁଛନ୍ତି ଗାନ
ହେବ ତୁମ ଆଗମନ।
ଆସଆସ ତୁମେ ବାଇଶି ପ୍ରବର
ସ୍ବାଗତମ କରୁ ଆମେ
ସୁଖର ଆଞ୍ଜୁଳି ଭରିବ ବୋଲିତ
ସପନ ଭରୁ ନୟନେ।
ମହୋଦଧି ଆମ ଧୋଇବ ଚରଣ
ଆଶା ଅସୁମାରୀ ନେଇ
ସପନ ଦେଖିଛୁ ହରଷିବ ତୁମେ
ସଭିଙ୍କୁ ତ ଖୁସି ଦେଇ।
