Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bauribandhu Lenka

Others

4  

Bauribandhu Lenka

Others

ସ୍ବାଗତ ମାଆ ସିଦ୍ଧିଦାତ୍ରୀ

ସ୍ବାଗତ ମାଆ ସିଦ୍ଧିଦାତ୍ରୀ

1 min
270



ଶାରଦୀୟ ଜ୍ୟୋତ୍ସ୍ନା ଝରା ରାତି

ମେଘମୁକ୍ତ ନଭେ ତାରା ପଂକ୍ତି 

ସକାଳର  ବିହଙ୍ଗ  କୂଜନେ

ମଦମତ୍ତ  ଅଳିର  ଗୁଞ୍ଜନେ

ଆସ ମାତ ଏ ଅଶିଣ ମାସେ

ଶୁଭ୍ର ସପ୍ତଚ୍ଛଦ କାଶ ବାସେ ।


ଆସ ମାତେ ସିଂହ ବାହନରେ

ନାନା ଜାତି ଫୁଲ ଫଗୁଣରେ

ଭିନ୍ନ ଭିନ୍ନ ରଙ୍ଗର ବିନ୍ଦୁରେ

ସୁହାଗିନୀ ସୀମନ୍ତ ସିନ୍ଦୂରେ

ଆସ ଆଣି ଆନନ୍ଦ ଅପାର

ପ୍ରେମ ହୋଇ ତିକ୍ତ ସମ୍ପର୍କର ।


ଆସ ମାତେ ଶିଶୁର ହସରେ

ଆସ ମାତେ ସମାଜ ସଂସ୍କାରେ

ବ୍ୟାପାରରେ ଲାଭ ହୋଇ ଆସ

ଢ଼ାଳିଦିଅ ଅପାର ଆଶିଷ 

ଅନ୍ଧକାରେ ହୋଇ ମା ପ୍ରକାଶ

ଆସ ଆଣି ଅମୃତର ରସ ।


ଭୋକିଲାର ଭୋକ ହେଉ ଦୂର

ସମସ୍ତଙ୍କ ଆଶା ପୂର୍ଣ୍ଣ କର

ଧନଧାନ୍ୟେ ଭର ଏ ଧରଣୀ 

ସ୍ବାଗତ ମା ଦେବୀ କାତ୍ୟାୟନୀ

ତମ ଆଗମନେ ନବନିଧି

ପ୍ରାପ୍ତହେଲେ ହେବ ସର୍ବସିଦ୍ଧି ।


Rate this content
Log in