STORYMIRROR

Sudhanjali Mishra

Others

3  

Sudhanjali Mishra

Others

ସ୍ବାଭିମାନ

ସ୍ବାଭିମାନ

1 min
185

ଜୀବନରେ ଧନ ସବୁକିଛି ନୁହଁ

ବଡ଼ ଅଟେ ସନମାନ

ମହାନ ପୁରୁଷ ହେଲେ ବି ଦୁଃସ୍ଥିତି

ଛାଡ଼ନ୍ତିନି ସ୍ବାଭିମାନ ।।୧।।


ଟଙ୍କା ଟଙ୍କା ହୋଇ ପଛରେ ଗୋଡାଇ

ନପାରନ୍ତି ତାକୁ ଧରି

ଟଙ୍କା କରିଦିଏ ସର୍ବ ମୁହଁ ବଙ୍କା

ଖାତେ ପଡି ଛାଡେ ହୁରି ।।୨।।


ପାପାର୍ଜିତ ଧନ ଭୋଗ ହୁଏ ନାହିଁ

ଚାଲିଯାଏ ମୂଳସହ

ରୋଗରେ ପୀଡିତ ହୋଇ ସର୍ବସ୍ବାନ୍ତ

ଜୀବନ ବି ଦୁର୍ବିସହ ।।୩।।


କଷ୍ଟାର୍ଜିତ ଧନ ସଞ୍ଚିଲେ ବି ଜନ

ଦୁଃଖ ବି ଲାଘବ ହୁଏ

ପରୋପକାରରେ ଦାନ ଧର୍ମକଲେ

ପରମଶାନ୍ତି ଯେ ପାଏ ।।୪।।


ସ୍ବାଭିମାନୀ ହୁଅ ଜୀବନରେ ପଛେ

ଆତ୍ମ ଅଭିମାନୀ ନୁହଁ

ଆତ୍ମ ବଡିମା,ଆତ୍ମଗରବ ଆଣେ

ଜୀବନେ ପତନ,ଲୁହ ।।୫।।

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍