STORYMIRROR

Jagannath Barik

Others

4  

Jagannath Barik

Others

ସୌର କିରଣ

ସୌର କିରଣ

1 min
443

ସକାଳ ସୌର କିରଣ ଅତି ମନୋରମ

କାକର ବିନ୍ଦୁରେ ପଡ଼ି ଦିଶେ ମୋତି ସମ |

ଜୀବନିକା ‘ଘ’ ବହେ କୋମଳ କିରଣ

ଶିଶୁ ଚର୍ମ ଅସ୍ଥି କରେ ସଶକ୍ତିକରଣ |

ମଧ୍ୟାହ୍ନରେ ସୌର ରଶ୍ମି ହୁଏ ଖରତର

ଅସ୍ତଗାମୀ ରବିକର ବଡ଼ ସୁଖକର |

ପ୍ରାକୃତିକ ବିଶୋଧକ ତପନ କିରଣ

ଜୀବାଣୁ ନାଶକ ରୋକେ ବାୟୁ ପ୍ରଦୂଷଣ |

ମୃତ୍ତିକାକୁ ସୂର୍ଯ୍ୟାଲୋକ କରଇ ଉର୍ବର

ଆଲୋକ ବିନା ଅଙ୍କୁର ନାହିଁ ଉଦ୍ଭିଦର |

ଆଲୋକ ମାଳିକା ଯବକାଚେ କେନ୍ଦ୍ରୀଭୂତ

କଲେ ଶୁଷ୍କ କଞ୍ଚା ଦ୍ରବ୍ୟ ହୁଏ ଭସ୍ମୀଭୂତ |

ଗ୍ରୀଷ୍ମ କାଳେ ସୌରତାପ ହୁଅଇ ପ୍ରଖର

ଶୁଷ୍କ କରେ ନଦୀ ହ୍ରଦ କୂପ ସରୋବର |

ପ୍ରଚଣ୍ଡ ଝାଞ୍ଜି ପବନ ବହେ ଖରତର

ବନପୋଡ଼ି ଘର ପୋଡ଼ି ତପ୍ତ ଚରାଚର |

ଖରାତାପେ ଜଳାଭାବେ ହୁଏ ଅଂଶୁଘାତ

ଅକାତରେ ଜୀବଗଣ ହୋନ୍ତି ମୃତ୍ୟୁ ପ୍ରାପ୍ତ |

ସୂର୍ଯ୍ୟ କିରଣରୁ ଏବେ ଶକ୍ତି ଉତ୍ତପନ୍ନ

ଚଳେ କାରଖାନା ରାତ୍ରେ ଆଲୁଅ ଇନ୍ଧନ |

ସୂର୍ଯ୍ୟ ସକଳ ଶକ୍ତିର ଆଧାର ବୋଲାଏ

ଦୃଶ୍ୟମାନ ବ୍ରହ୍ମ ସିଏ ଲୋକେ ପୂଜା ପାଏ |



Rate this content
Log in