STORYMIRROR

Jagannath Barik

Others

3  

Jagannath Barik

Others

ସୌନ୍ଦର୍ଯ୍ୟ ପସରା

ସୌନ୍ଦର୍ଯ୍ୟ ପସରା

1 min
389

ସୌନ୍ଦର୍ଯ୍ୟ ପସରା ବିଶ୍ଵଭୁବନ

ପରିପୂର୍ଣ୍ଣ ଜଳ ସ୍ଥଳ ଗଗନ |


ଦିବସ ରଜନୀ ପ୍ରଦୋଷ ଉଷା

ସର୍ବେ ପରିହିତ ବିଚିତ୍ର ଭୂଷା |


ପ୍ରଭାତ ଅରୁଣ ଚୁମ୍ବୁ ଧରଣୀ

ଶୋଭାର ମୁରୁଜ ବୁଣେ ଖମଣି |


ହିମକଣା ରବି କିରଣେ ଝଳି

ମୁକ୍ତା ସ୍ପଟିକର ଆଭାକୁ ବଳି |


ବିହଙ୍ଗମଗଣ କଳ କୂଜନ

ମୋହିନିଏ ଆମ ପରାଣ ମନ |


ବନେ ଉପବନେ ଫୁଟେ ସୁମନ

ଫୁଲେ ଫୁଲେ ଅଳି କରେ ଗୁଞ୍ଜନ |


ପୂରୁବ ପଶ୍ଚିମ ଦିଗବଳୟ

ଉଦିତ ଅସ୍ତରେ ଲୋହିତମୟ |


ନଭଚୁମ୍ବି ଗିରିମାଳା ଶୋଭନ

ସବୁଜ କେଦାର ଘନ ଅରଣ୍ୟ |


କୁଳୁ କୁଳୁ ବହିଯାଏ ତଟିନୀ

ଶୋହେ ଜନପଦ ତଟବର୍ତ୍ତିନୀ |


ମେଘମାଳା ଶୋଭା ପାଏ ଅମ୍ବରେ

 ବର୍ଷା ବିଜୁଳି ଦମ୍ଭୋଳି ନାଦରେ |


କେବେ ଇନ୍ଦ୍ରଧନୁ ସପ୍ତ ବରନେ

ଶୋଭା ପ୍ରକାଶେ ଆକାଶ ଅଙ୍ଗନେ |


ରାତ୍ରେ ତାରକା ମେଳେ ସୁଧାକର

ଜ୍ୟୋତ୍ସ୍ନା ଢାଳନ୍ତି ଅବନୀ ଉପର |


ନୀଳ ସାଗରେ ଉଠଇ ଲହରୀ

ସୌର କରେ ଝଲକେ ପ୍ରତିଫଳି |


ଏତେ ବାହାର ପ୍ରକୃତି ସୁନ୍ଦର

ସର୍ବୋତ୍ତମ ସୁନ୍ଦରହିଁ ଈଶ୍ୱର |


ସ୍ନେହ ପ୍ରେମ ହସ ଭାରି ସୁନ୍ଦର

ରୂପ ଠାରୁ ଗୁଣ କର ଆଦର |



Rate this content
Log in