STORYMIRROR

Sunita Barik

Others

3  

Sunita Barik

Others

ସୌଭାଗ୍ୟ

ସୌଭାଗ୍ୟ

1 min
188

ଆକାଶର ନୀଳିମାଟା ଆଜି ବେରଙ୍ଗ 

ବାଦଲମାନଙ୍କର ବି ଚହଳ ପହଳ କମ୍

ସତେ ଯେମିତି ସମସ୍ତେ ଗୁମସୁମ 

କାହାର କାହାକୁ କିଛି କହିବା ର ନାହିଁ

ନାଁ ଅଛି ଅଭିଯୋଗ 

ଏ ନୀରବତା ଓ ଗାମ୍ଭୀର୍ଯ୍ୟତା ଆଗାମୀ

ଝଡ ପୂର୍ବର ସୂଚନା ନୁହେଁ ତ!

ଭାବ ର ଏ ସଂପର୍କରେ ଏ ଫାଟ କାହିଁକି

ଆକାଶର ଆଖିରେ ଲୁହ

ଲାଗୁଛି ସତେ ଯେମିତି ଏଇନା ସେ

ଝରି ପଡ଼ିବ ବର୍ଷା ହୋଇ

ପୃଥିବୀର ଛାତିରେ

ତାକୁ ସାନ୍ତ୍ଵନା ଦବାକୁ ଚାହିଁ ବି 

ବାଦଲର ଅଭିମାନ ବାଟ ଓଗାଳିଛି

ଦୁହିଁଙ୍କ ନୀରବତାରେ ଚହଳ ପଡ଼ିଛି

ସାରା ସରଗ ରାଜ୍ୟରେ

ଦୁହିଁଙ୍କର ମାନ ଭଙ୍ଗ ପାଇଁ

ପୂରୁବ ଆକାଶରୁ ଉଇଁ ଆସିଛନ୍ତି ରବି

ତାଙ୍କର ରକ୍ତିମ କିରଣ ବିଛୁ୍ରିତ ହୋଇ

ସାରା ଆକାଶ ଏବେ ରଙ୍ଗୀନ

ଅଭିମାନ ଭରା କଳାବାଦଲ ଘୁଞ୍ଚି

ଏବେ ସାରା ଆକାଶ ନିର୍ମଳ

ରାଗ, ଅଭିମାନ ଅଭିଯୋଗ କୁ 

କାହିଁ କେତେ ପଛରେ ଛାଡି ଏବେ

ହସଖୁସିରେ ମସଗୁଲ୍

କିଛି ମୂହୁର୍ତ୍ତର ସତ୍ତା ଭିତରେ ଜୀବନ

ଜିଇଁବାର କଳାକୁ ଆପଣେନେବା ହିଁ

ପରମ ସୌଭାଗ୍ୟ



Rate this content
Log in