STORYMIRROR

Sadananda Pratihari

Others

3  

Sadananda Pratihari

Others

ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି

ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି

1 min
476


ସୀମାରେ ସୈନିକ କ୍ଷେତରେ କୃଷକ

ଦୁହିଁଙ୍କୁ ମୋ ପ୍ରଣିପାତ

ସୈନିକଙ୍କ ଲାଗି ଆମେ ସୁରକ୍ଷିତ

ଅନ୍ନରୁ ହିଁ ଆତଯାତ l

ସହିଦ ହେଲ ଯେଉଁ ସଂଗ୍ରାମୀ ଵୀର

କାଶ୍ମୀର ପୁଲୱାମାରେ

ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ଜଣାଉଛୁ ଆମେ

ଅସହ୍ୟ ବେଦନାଭରେ l

ଦେଶମାତୃକାର ସୁରକ୍ଷା ସଂଭ୍ରମ

ଥିଲା ଜୀବନର ବ୍ରତ

ସହି ଦୁଃଖ କଷ୍ଟ ଛାଡି ପରିବାର

ଥିଲ ହିଁ ସଂଗ୍ରାମରତ l

ବଡ ବେଇମାନ ବିଶ୍ୱାସ ଘାତକ

ଚିର ଶତୃ ପାକିସ୍ତାନ

ଆତଙ୍କବାଦୀଙ୍କ ଏନ୍ତୁଡ଼ି ଶାଳ ସେ

ଆତଙ୍କୀଙ୍କୁ ଦିଏ ଜନ୍ମ l

ଦେଶ ପ୍ରେମ ବହ୍ନି ହୁଏ ପ୍ରଜ୍ବଳିତ

ମନେରଖ ପାକିସ୍ତାନ

ନାହିଁରେ ନିସ୍ତାର ତୋତେ ଏବେ ଆଉ

ଭୋଗିବୁ ଦଣ୍ଡ ବିଧାନ l

ରହିଛି କାଶ୍ମୀର ରହିବ ଆମର

ହୋଇ ଅବିଛେଦ୍ୟ ଅଙ୍ଗ

ଆତଙ୍କବାଦକୁ ନାହିଁରେ ଖାତିର

ବଦଳିଯିବ ତୋ ଢଙ୍ଗ l

ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ

ସର୍ବେ ଆମେ ଭାରତୀୟ

ସତ୍ୟ ଧର୍ମ ନ୍ୟାୟ ଆମ ମୂଳ ମନ୍ତ୍ର

ତେଣୁ ହୁଏ ଆମ ଜୟ l

Email id -snpratihari 7@gmail.com






Rate this content
Log in