STORYMIRROR

Papu parida

Others

5.0  

Papu parida

Others

ସୈନିକ

ସୈନିକ

1 min
372

ବୀରଦର୍ପପଣେ ହୋଇଛନ୍ତି ଠିଆ 

ମାତା ଭାରତୀର ସନ୍ତାନ।

ଡରନାହିଁ ମନେ ନାହିଁ ଭୟ ତାଙ୍କ 

ଆସୁ ପଛେ ଝଡ ତୁଫାନ।

ଭାରତ ମାତାର ମାନ ଓ ସମ୍ମାନ

ଉଚ୍ଚରେ ରଖିବା ପାଇଁକି

ଦିନରାତି ତାଙ୍କ ଏକ କରିଛନ୍ତି ଆମେ

ଡରିବାରେ ଭାଈ କାହିଁକି।

ନିଜ ପରିବାର ସୁଖଶାନ୍ତିକୁ ଦୁରେଇ

ଦେଶର ସୁରକ୍ଷା ପାଇଁରେ

ମାତା ଭାରତୀର ଦୁଃଖକୁ ଲାଘିବେ 

ଆମରି ସୈନିକ ଭାଇରେ।

ବେଳେ ବେଳେ ଶତ୍ରୁ ରାଷ୍ଟ୍ର ହାଏ 

କରି ଦେଇଥାଏ ଆକ୍ରମଣ

ଜୀବନକୁ ବାଜି ଲଗାଇ ଲଢନ୍ତି 

କରନ୍ତିନି କେବେ ସମର୍ପଣ।

ଆଜି ଯେତେବେଳେ ଶତ୍ରୁ ଆକ୍ରମଣେ 

ସହିଦ ସାଜିଲା ସୈନିକ

ଶ୍ରଦ୍ଧାଞ୍ଜଳି ଆମ ଦେଶବାସୀ ଦେଲେ 

ହୋଇଯାଇ ସବୁ ଭାବୁକ।

ଯଦି ସମାଜଦାଣ୍ଡରେ ଉଚ୍ଚପଦସ୍ଥ କେ 

ସେ ଆମରି ସୈନିକ ଭାଈ

ତାଙ୍କୁ ସଂମ୍ମାନୀତ କରିବା ପାଇଁ ହେ 

ଆମେ ପଛାଇବା କାହିଁ ପାଇଁ।

ସୈନିକ,କୃଷକ, ଶିକ୍ଷକ,ଶ୍ରମିକ ଚାରି ସ୍ତମ୍ବ ମଧ୍ୟେ 

ତୁମେ ପରା ମୁଖ୍ୟ ସ୍ତମ୍ବ

ତୁମେ ଥିବା ଯୋଗୁଁ ତିନି କ' ସ୍ତମ୍ବ ସଙ୍ଗେ 

ଆମର ବଢ଼ାଇ ଦମ୍ଭ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍