Prafulla Chandra Mishra

Others

3  

Prafulla Chandra Mishra

Others

ସାତସୁରେ ବନ୍ଧା ଏ ଜୀବନ

ସାତସୁରେ ବନ୍ଧା ଏ ଜୀବନ

2 mins
227


• ସାତସୁରେ ବନ୍ଧା ଏ ଜୀବନ

• କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା

• ---------- -------------------- ----------

• ଚଇତି ଚାନ୍ଦିନୀ ରାତି , ଏ ଛାତିରେ କେତେ ତାତି

• ଝରିଯାଏ ରୂପା ଝରା ଶୁଭ୍ର କିରଣ

• ଆନ୍ଦୋଳିତ ହୁଏ ସହୀ ତୋ ବିନା ମନ ।।

• ଚଇତି ର ଚଇତାଳି , ବାସ ଅନିଳେ ସଂଚରି

• ଆନମନା କରେ ପ୍ରାଣ , ହୁଏ ଉଚ୍ଛନ୍ନ

• ତୁମେ ପ୍ରୀୟା କେତେ ଦୂରେ , ପ୍ରବାସେ ଏ ମନ ଝୁରେ

• ଆଖି ପଲକରେ ନାଚେ ମୁଖ ପ୍ରସୁନ

• ଅଦୂରୁ ଶୁଭଇ ପକ୍ଷୀ ଦମ୍ପତି ଗାନ ,

• ଚଇତି ଚାନ୍ଦିନୀ ରାତି… ।।

• କୋହଭରା ଦୁଃଖ ଗୀତି , ଏଇଯେ ନିର୍ଜନ ରାତି

• ବିଛେଦ ଭରା ବିରହ ରାଗିଣୀ ତାନ

• ବିହ୍ବଳ ହୁଏ ଜୀବନ , ଉଡ଼ି ଉଡ଼ି ଯାଏ ମନ

• ବିରହ ଗୀତିକା ସଖୀ କରେ ବିସର୍ଣ୍ଣ

• ଅଧୀର ହୁଅଇ ମନ,ପ୍ରାଣ, ଜୀବନ ,

• ଚଇତି ଚାନ୍ଦିନୀ ରାତି… ।।

• ସରସୀ ରେ କୁମୁଦିନୀ , କୁମୁଦ ବାନ୍ଧବ ଘେନି

• ଲୁଚକାଳି ଖେଳେ ଜଳେ ପ୍ରେମେ ମଗନ

• ଚନ୍ଦ୍ର, କୁମୁଦିନୀ ପ୍ରେମ , ଦେଖି ଇର୍ଷା ଜାଗେ ମନ

• ଆହା କେତେ ମଧୂମୟ ଶଶି ଚୁମ୍ବନ

• ବିହି ମୋ ପାଇଁ ରେ ସହୀ ହୋଇଛି ବାମ ,

• ଚଇତି ଚାନ୍ଦିନୀ ରାତି… ।।

• ରାତି ଯାଏ ସାଥି ବିତି , ବେସୁରା ବଇଁଶୀ ଗୀତି

• ଛିଣ୍ଡା ତାର ବୀଣାଯନ୍ତ୍ରେ , କିବା ଗୁଞ୍ଚନ

• ସୁର ରଙ୍ଗ ହୀନ ସମ , ପରଦେଶ ରେ ଜୀବନ

• ତଥାପି ରେ ପ୍ରୀୟା ଆମ , ପ୍ରେମ ବନ୍ଧନ

• ଚିର ସାସ୍ଵତ ସତ୍ୟ , ଓ ଚିରନ୍ତନ

• ଚଇତି ଚାନ୍ଦିନୀ ରାତି… ।।

• ଜୀବନ ର ଚଲାପଥେ , କେତେ ବାଧା ବନ୍ଧ ଆସେ

• ବିରହ,ମିଳନ ମିତ , ସୁଖ ସପନ

• କେବେ ହଜିଯାଏ କେବେ , ଉଙ୍କି ମାରି ଚାହିଁ ଥାଏ ,

• ପ୍ରକୃତି ପୁରୁଷେ ହୁଏ , ମହା ମିଳନ

• ସାତସୁରେ ବନ୍ଧା ପରା , ଏହି ଜୀବନ

• ଚଇତି ଚାନ୍ଦିନୀ ରାତି… ।।





Rate this content
Log in