STORYMIRROR

Sandhyarani dash

Others

4  

Sandhyarani dash

Others

ସାଥୀ

ସାଥୀ

1 min
102

ସାଥୀ ହୋଇ ଥିଲେ ଜନ୍ମ ଜନ୍ମର

କରିଥିଲେ ଆମେ ଘର ସଂସାର।

ଜନ୍ମ ଦେଇଥିଲେ ପୁଅ ଝିଅଙ୍କୁ

ଶିକ୍ଷା ଦେଇ ବଡ଼ କରିଲେ ତାଙ୍କୁ।

ବିଦେଶ ରେ ଯାଇ ରହିଲେ ସିଏ

ନିରାଶ୍ରୟ ଆମେ ପଚାରେ କିଏ।

ଝୁରି ଝୁରି ତୁମେ ଚାଲିଲ ଆଗେ

ନର୍କର ଯନ୍ତ୍ରଣା ଏଠାରେ ଭୋଗେ।

ଜରା ଅବସ୍ଥା ରେ ପଡ଼ିଲି ଏଠି

ପଡି ରହିଲି ମୁଁ ଶବର କୋଠୀ।

ଅଚିହ୍ନା ସଭିଙ୍କ ପାଇଁ ହୋଇଲି

ଶବ ଘରେ ମୁହିଁ ପଡି ରହିଲି।

ଶସ୍ମାନକୁ କେହି ନେବାକୁ ନାହିଁ

ମୁକ୍ତି ପାଇଁ ମୋର କର୍ମଟି ନାହିଁ

ସବୁ ଖଟିଆରୁ ଶବ ଗଲାଣି

ମୋହର ଠିକଣା କେ ନାହିଁ ଜାଣି।

ନିରାଶ୍ରୟ ଭାବି ଦେଲେ ଫୋପାଡ଼ି

ବାହାରେ ନେଇ ତ ଦେଲେ କଚାଡି।

ମୁକ୍ତି ପାଇଥିଲେ ଯାଆନ୍ତି ପାଖ

ହୋଇ ଥାନ୍ତେ ଆମେ ଦୁଃଖ ଓ ସୁଖ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍