STORYMIRROR

Rakesh Sahoo

Others

3  

Rakesh Sahoo

Others

ସାଥି ତୁମେ

ସାଥି ତୁମେ

1 min
315


ଏମିତି ବି କଥା ଥାଏ

କହିବାର ଆବଶ୍ୟକ ନଥାଏ

ବୁଝିଯାଅ ତୁମେ କେମିତି ଯେ

ବୁଝିବି ଅବୁଝା ମୁଁ ଆଜି ଯେ ।।


ସୁନ୍ଦର ହୋଇଯାଏ ଏ ଜୀବନ

ଯେବେ ତୁମେ କୁହ

ସାଥି ଆମେ ଏ ଜୀବନର

ହେବାନି ଆମେ କେବେ ଦୂର ।।


ସମୟ ଦେଉ ପଛେ ଯେତେ ଯାତନା

ଦୁହେଁ ମିଳି କରିବା ଆମେ ସାମ୍ନା

ଦୁଃଖ ଆଉ ସୁଖ ସମୟର ବୃତ୍ତ

ପଛକୁ ପଛ ଆସିବ ସେତ ।।


ସତରେ କି ଏମିତି ବି ହୁଏ

କେହି ପର ବା ଆପଣାର ହୁଏ

କିଛି ଭାବନା ଅନୁଭୁତିର ରୂପ ନିଏ

ସପନ ବି କେବେ ସତ ହୋଇଯାଏ ।।


ସାଥି ତୁମେ ଏମିତି ମଣିଷ ଟିଏ

ସାଥେ ଥିଲେ କିଛି ଖାଲି ସ୍ଥାନ ପୂରଣ ହୁଏ

ମନର ସେ ଅଲିଭା କାଗଜରେ

ଲେଖି ହୋଇଯାଏ ସେଇ ପଲକରେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍