ସାଥି ମୋର କଲମ କାଗଜ
ସାଥି ମୋର କଲମ କାଗଜ
1 min
157
ଆଖି ଲୁହ ଆଖିରେ ହିଁ ଶୁଖି ଯାଉଛି
ବଞ୍ଚିବାର ଆଶା ସତେ ମରି ମରି ଯାଉଛି..
ଓଠ ତଳ ଗାଆଁରୁ ହସ ଲିଭି ଯାଉଛି
ମୁକ୍ତ ପବନରେ ଅଣନିଃଶ୍ଵାସୀ ଲାଗୁଛି...
ମନର ଭାବନା ସରି ସରି ଯାଉଛି
ହୃଦୟ ଥାଇ ହୃଦୟହୀନ ଲାଗୁଛି...
ଜୀବନଟା ମୋର ମରୁଭୂମି ପାଲଟି ଯାଇଛି
ଯେଉଁଠି ମୁଁ ଟିକେ ପାଣି ପାଇଁ ତରସୁଛି...
ରକ୍ତର ସମ୍ପର୍କ ଅଚିହ୍ନା କରି ଦେଉଛି
ସବୁଠି ବିଶ୍ୱାସଘାତକତାର ଶିକାର ହେଇଛି..
କହିପାରୁନି ଆଉ ମନ କଥା କାହାକୁ
ସେଥିପାଇଁ କଲମ କାଗଜକୁ ସାଥୀ କରିଛି
