STORYMIRROR

Priyabrata Mohanty

Children Stories

3  

Priyabrata Mohanty

Children Stories

ସ୍ଵାସ୍ଥ୍ୟର ସୁରକ୍ଷା

ସ୍ଵାସ୍ଥ୍ୟର ସୁରକ୍ଷା

1 min
243

ବାହାରକୁ ଗଲେ ଜୋତା ପିନ୍ଧୁଥିବ

ଅଳିଆରୁ ରହିବ ଦୂର,

ହାତ ଗୋଡ଼ ମୁଁହ ସାବୁନରେ ଧୋଇ

ରହୁଥିବୁରେ ପରିଷ୍କାର ।।


ମାଛ ମାଂସ ଅଣ୍ଡା ଘିଅ ଦହି କ୍ଷୀର

ଭରା ଏଥିରେ ପୁଷ୍ଟିସାର,

ଭାତ ଡ଼ାଲି ସଙ୍ଗେ ଖାଉ ଥିଲେ ସଦା

ଅପପୁଷ୍ଟିକୁ ନଥିବ ଡର ।।


ବାଡ଼ି ଶାଗ ମୁଗ ଲେମ୍ବୁ ଲଙ୍କା ଲୁଣ

ଖାଉଥିବୁରେ ସ୍ନେହସାର,

ଅଙ୍ଗପ୍ରତ୍ୟଙ୍ଗର ହୋଇବ ବିକାଶ

ହସି ଉଠିବ ପରିବାର ।।


ସବୁ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ମିଳେ

ରୋଗ ପ୍ରତିରୋଧକ ଟୀକା,

ଠିକ ସମୟରେ ନେଉ ଥିଲେ ବାବା

ହେବୁ ନାହିଁତୁ ହଟହଟା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍