STORYMIRROR

Niranjan Sahu

Others

4  

Niranjan Sahu

Others

ସାରା ଜୀବନ ହସିବ

ସାରା ଜୀବନ ହସିବ

1 min
427

ଆଜିକାଲି ଯୁଗ ବଡ଼ ଅଜବ ଲୋ

    ଦେଖି ଚାହିଁ ଟିକେ ଚାଲିବୁ

ପ୍ରେମ ପଥ ଅଟେ ବଡ଼ ଖସଡ଼ା ଲୋ

      ଦେଖି ଚାହିଁ ପାଦ ଥାପିବୁ ।


ଆଜିକାଲି ପ୍ରେମ ଭେଜାଲ ହେଲାଣି

      ଦେଖି ଚାହିଁ ପ୍ରେମ କରିବୁ

ଆଜିର ମଣିଷ ଅଜବ ହେଲେଣି

       ଭଲ ମଣିଷକୁ ଚିନ୍ହିବୁ ।


ରୂପ ଦେଖିବୁନି ଗୁଣକୁ ଦେଖିବୁ

     ଗୁଣ ଦେଖି ପ୍ରେମ କରିବୁ

ବୁଝି ବିଚାରି ପ୍ରେମତୁ କରିଲେ

      ସୁନାର ସଂସାର କରିବୁ ।


ପ୍ରେମର ପଛରେ ଗୋଡେଇବୁ ନାହିଁ

       ନିଜକୁ ନିଜେତୁ ଗଢିବୁ

ନିଜରଗୋଡ଼ ରେ ନିଜେ ଛିଡା ହେଲେ

      ଜୀବନ ସାଥି ଟେ ବାଛିବୁ ।


ଯୌବନ ରୂପ ଅଢେ଼ଇ ଦିନିଆ

      ଅଢେ଼ଇ ଦିନ ରେ ଖସିବ

ଭଲ ସାଥିଟିଏ ଜୀବନ ରେ ଥିଲେ

       ସାରା ଜୀବନ ହସିବ ।


Rate this content
Log in