STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Others

3  

ନାୟକ ଅକ୍ଷୟ ରାଜହସ୍ତୀ

Others

ସାଂସ୍କୃତିକ ଗଣହତ୍ୟା

ସାଂସ୍କୃତିକ ଗଣହତ୍ୟା

1 min
11.8K

କାରଖାନାର ନିର୍ଗତ ପାଉଁଶ ପୋଖରି ତଳେ

ବାହୁନି ବାହୁନି କାନ୍ଦୁଛି ସାତ ପୁରୁଷର ଭିଟାମାଟି l


କୁଳୁକୁଳୁ ଝରଣାରୁ ମୁନ୍ଦେ ପାଣି ପିଇ

ପାହାନ୍ତିଆ ନିଦକୁ ଭୁଲି

ଟୋକେଇ ଧରି ବାହାରି ପଡ଼ୁଥିଲା

ଟୁଲ ମହୁଲ ଝୁଣା ଗୋଟେଇ ବାକୁ

ଜିବିକାକୁ ଆଗକ କିନେବା ପାଇଁ l


ପେଟ ଭର୍ତି ହାଣ୍ଡିଆ ରସରେ

ଅଙ୍କିତ କରି ଫିଟାଏ ଅଧରରେ ତୋଫା ହସ

ମନ ଖୋଲି ଗୀତ ଗାଇ ଗାଇ

କିନ୍ତୁ,

ଦ୍ରୁତ ଶିଳ୍ପାୟନର ଚକାତଳେ ବିପର୍ଯ୍ୟସ୍ତ

ନିରୀହ ଜୀବନ ରେଖା ଏବେ ବାଟ ଭୁଲି ଯାଇଛି

ବିଷାକ୍ତ ଧୂଆଁ ଭିତରେ l


ଜମି ଗଲା

ଜଙ୍ଗଲ ଗଲା

ତା ସାଥିରେ ଗ୍ରାମ ଦେବୀ ବି

ଫାଇଲ୍ ଭିତରେ ତେରଛା ହସୁଚି

ଶିଳ୍ପ ବିସ୍ଥାପିତ ନୀତି l


ଜୀବନ ପରିଭାଷା ନୃତତ୍ତ୍ଵିକ ଅର୍ଥକୁ

ବୁଝି ନ ପାରି ଥାଏ

ଆକଳନାତ୍ମକ ସମୀକ୍ଷା

ଦ୍ରୁତ ଶିଳ୍ପାୟନର ରୁଗ୍ଣ ଅନୁଚିନ୍ତା

କରିଦିଏ ସାଂସ୍କୃତିକ ଗଣହତ୍ୟା l



Rate this content
Log in