STORYMIRROR

BISWESWAR MAJHI

Others

5.0  

BISWESWAR MAJHI

Others

ସାଂସ୍କୃତିକ ଭାଷା ଓଡିଆ

ସାଂସ୍କୃତିକ ଭାଷା ଓଡିଆ

1 min
26.9K


ଚଉଦ ମସିହା ମାର୍ଚ ମାସର ଏଗାର ତାରିଖ ଦିନ

ସଂସ୍କୃତି ସମ୍ପର୍ଣ୍ଣ ଭାଷାର ମାନ୍ୟତା ପାଇଲା ଓଡିଆ ଜାଣ।

ଆଦିଭାଷା ଆମ ସଂସ୍କୃତ ଭାଷାଟି ଓଡିଆ ତହିଁରୁ ସୃଷ୍ଟି

ଅଣ ଦକ୍ଷିଣର ଏକ ମାତ୍ର ଭାଷା ଲାଖିଛି ସଭିଙ୍କ ଦୃଷ୍ଟି ।

ଗୋଲେଇ ଲିପିଟି ତାଳ ପତରକୁ ସୁହେଇବା ପାଇଁ ଗଢା

ରାମାୟଣ ହରିବଂଶ ମହାଭାରତ ସେଥିରେ ପଢା ।

ସଂସ୍କୃତରୁ ପାଲି ପ୍ରାକୃତର ଅପଭ୍ରଂଶଟି ଓଡିଆ ହୁଏ

ଗୃହ ଘର ବୃକ୍ଷ ଗଛ ପୁଣି ବଳିବର୍ଦ୍ଦ ରୁ ବଳଦ ଯାଏ ।

ବୈଜ୍ଞାନିକ ପଦ୍ଧତିରେ ବ୍ୟାକରଣ ସଂସ୍କୃତି ମାନ୍ୟତା ପର୍ବ

ସଂସ୍କୃତ ଭାଷାର ସବୁଠୁ ନିକଟ ଓଡିଆ ଭାଷା ଗରବ ।

ଚାରିବର୍ଷ ଆଜି ପୁରଣ ହେଉଛି ଆମର କି ଯାଏ ଆସେ

ବାଲେଶ୍ୱର ଠାରୁ ବଂଗାଳି ବଲବ ବ୍ରହ୍ମପୁରେ ଏଣ୍ଡି ଫାସେ !

ଅଧିକ ଭାଷାରେ ବ୍ୟୁତ୍ପତ୍ତି ରହିବା ଗର୍ବ ଗୌରବର କଥା

ନିଜ ଭାଷା ଭୁଲି ଆନର ପୋଷଣ କୋଡିବା ନିଜର ମଥା!

ଓଡିଶୀ ସଂଗୀତ ଓଡିଶୀ ନର୍ତନ ପଛେ ଧରିଛନ୍ତି ଧାଡି

ଓଡିଆ ଭାଷାର ଗୌରବ ହୋଇବ ତାଙ୍କ ପାଇଁ ଆଶା ବାଡି।

ନିଜ ଘର ଆଗ ସଜାଡି ଶିଖିଲେ ସମାଜ ଗଢା ସହଜ

ନୂଆଖାଇ ପଶ୍ଚିମରେ ଜାଗିଉଠୁ ପୂରୁବ ରାଇଜେ ରଜ ।

ଆପଣା ଭାଷାରେ ଲେଖାପଢା ନିଜ ଅପତ୍ୟଙ୍କୁ ଦେଇ ଶିକ୍ଷା

ସଂସ୍କୃତି ସମ୍ପର୍ଣ ଭାଷାର ମହତ ହେଉ ଆମ ମହାଦୀକ୍ଷା।


Rate this content
Log in