STORYMIRROR

Purnima Prusty

Others

4  

Purnima Prusty

Others

ସାଙ୍ଗ ଟିଏ

ସାଙ୍ଗ ଟିଏ

1 min
462


ହୃଦୟକୁ କିଣେ  ମାନାଏ ମନକୁ 

  ଦୁଃଖରେ ସାହାଟି ଯିଏ 

ବିପଦରେ ହାତ  ଧରିଥାଏ ସଦା 

  ଚଲା ବାଟେ ଫୁଲ ସଜାଏ... 


ମା ପରି ସ୍ନେହଁ  ବାପା ପରି ଆଦର 

  ବିନା ସ୍ଵାର୍ଥେ ଦେଇ ଥାଏ 

ଭାଇ ପରି ସଦା  ରକ୍ଷା କରିଥାଏ

 ଜୀବନେ ହସ ସଦା ଭରି ଥାଏ... 


ଶୁଖିଲା ମୁହଁରେ  ଚମକ ଆଣେ ସେ 

   କଥାରେ ତା ଯାଦୁ ଥାଏ

ଶ୍ରଦ୍ଧା ବିଶ୍ୱାସ ର  ଶେଷ ସୀମା ସେଠି 

  ଏପରି ଦୁର୍ଲଭ ସମ୍ପର୍କ ଟିଏ...


ପ୍ରେମ ତା ଆଗେ ଫିକା ପଡ଼ିଯାଏ 

  ଯେବେ ସିଏ ସାଥେ ଥାଏ 

ଜୀବନ ଖେଳରେ ହାରି ଗଲେ କେବେ 

   ଜିତିବା ଶିଖେଇ ଦିଏ... 


ଭଙ୍ଗା ସପନକୁ  ସୁନ୍ଦର କରିବା 

  ସେଇ ଏକା ଜାଣିଥାଏ

ତା ପ୍ରାର୍ଥନା ସଦା କାଟୁ କରିଥାଏ 

  ତା ପରି ହେବ ଆଉ କିଏ...


ଜୀବନ ଯଦି  ବ୍ୟର୍ଥ ଯେବେ ଲାଗେ 

  ସେ ସୁନ୍ଦର ଅର୍ଥ ଟେ ଦିଏ

ସାଙ୍ଗ ଥିବା ବ୍ୟକ୍ତି ସବୁବେଳେ ଜିତେ 

  ହାରିବା ଜମା ନ ଥାଏ.... 


ଦଇବର ଏକ ଉପହାର ସେ ଯେ 

   ମିଳେ ଭାଗ୍ୟବାନ ଯିଏ 

ମୋର ବଡ଼ ଭାଗ୍ୟ ପାଇଛି ମୁଁ ତାକୁ 


   ସାଙ୍ଗ ପରି ସାଙ୍ଗ ଟିଏ.... 

   ସାଙ୍ଗ ପରି ସାଙ୍ଗ ଟିଏ..... 


Rate this content
Log in