STORYMIRROR

KAMAKSHYA PRASAD BEHERA

Others

3  

KAMAKSHYA PRASAD BEHERA

Others

ସାଙ୍ଗ ପାଇଁ ନୂଆ ବର୍ଷ

ସାଙ୍ଗ ପାଇଁ ନୂଆ ବର୍ଷ

1 min
195


ଟିକି ଟିକି ଚାଲି ସମୟର କଣ୍ଟା

ଭାଙ୍ଗି ଥାଏ ମନ ନିରବତା,

ଋତୁ ବଦଳୁଛି ବଦଳେ ପ୍ରକୃତି

ମନେ ଆଣେ କେତେ ନୂଆ ଚିନ୍ତା।

ବଦଳି ବୟସ ଅନୁଭବେ ଆଣେ

ନୂଆ ନୂଆ କିଛି ଅଭିଜ୍ଞତା,

ଶୀତେ ଥରି ଥରି ନୂଆବର୍ଷ ଆସେ

ଧରି ନୂଆ ସ୍ମୃତି ସରସତା।

କେବେ ନୂଆ ବର୍ଷ କୁହୁଡିରେ ଆସେ

କବେ ମେଘେ ଭିଜିଥାଏ ରାସ୍ତା,

ସାଙ୍ଗ ସାଥି ଭାଵ ଆବେଗ ମିଳନ

ଲଙ୍ଘିଆସେ ସିନ୍ଧୁ ବିସ୍ତୀର୍ଣ୍ଣତା।

ସାଙ୍ଗର ମୁହଁରେ ହସଟିଏ ଦେଖି

ଲୁଚି ଯାଏ ଦୁଃଖ ଅସ୍ଥିରତା,

ନୂଆବରଷର ମିଳନ ପରଵ 

ମଣୀ ମାଣିକ ଠୁ ନୁହେଁ ଶସ୍ତା।

ନିତି ଭୋଜି ହୁଏ ଭିନ୍ନ ପରିବେଶେ 

ଏ ଦିନର ଭୋଜି ଆତ୍ମୀୟତା,

ସାଙ୍ଗ ସାଥି ମୁହଁ ଜଳ ଜଳ ଦିଶେ

ବରଷକ ଯାଏ କହି କଥା ।

ବାଟେ ଘାଟେ ଭେଟ ହେଲେ କେଉଁ ସାଙ୍ଗ 

ଜଣେ ଶ୍ରୋତା ଜଣେ ହେଉ ବକ୍ତା ,

ଏ ସୁଖେ ବଞ୍ଚିଛି ସାଙ୍ଗର ପରାଣ

ସହି ବର୍ଷକର ବିଷର୍ଣ୍ଣତା ।



Rate this content
Log in