ସାମାନ୍ୟ କଥନ
ସାମାନ୍ୟ କଥନ
1 min
357
ନିଜ ଭିତରେ ମୁଁ ନିଜକୁ ଖୋଜିଛି
ଶୁଣିନାହିଁ କାହା କଥା
ହଜିଛି ଖୋଜିଛି କେବଳ ପାଇଛି
ଛାତିରେ ଛାତିଏ ବ୍ୟଥା I
ନିଜ କର୍ମଫଳ ନିଜେ ମୁଁ ଭୋଗିଛି
କେ ଦେଇନି କିଛି ଯାଚି
ଡାଳରେ ଝୁଲୁଛି ମିଠା ଫଳଟିଏ
ଗଛରେ ଯାଇଛି ପାଚି I
ଦେହ ଭୂଗୋଳରେ ଲେଖି ଦେଇଛି ମୁଁ
ପୃଷ୍ଠ ପୃଷ୍ଠା ଇତିହାସ
ଖାଲ ଖମା ଭରା ଜୀବନର ପଥ
କିଛି ଲୁହ କିଛି ହସ I
କୀବନ ଭିତରେ କେତେ ମୁଁ ଖୋଜିଛି
ମରଣ ଦେଇନି ଦେଖା
ପାପୁଲିରେ ମୋର ଦେଖୁଛି ନିତି ମୁଁ
ପାପୁଲିଏ ଭାଗ୍ୟରେଖା I
