STORYMIRROR

srikant behera

Others

3  

srikant behera

Others

ସାମାଜିକ ଶିକ୍ଷା

ସାମାଜିକ ଶିକ୍ଷା

1 min
220


ସମାଜର ଶିକ୍ଷା  ଗୁରୁଙ୍କର ଦୀକ୍ଷା 

    ଦିଶୁ ନାହିଁ ଆଉ ଏଠି 

ଏତ କଳି ଯୁଗ ମୁନି ଋଷି ଯୋଗ 

    ମିଳୁନି ତ କୋଉଠି ||1


ପିଲା ଜନ୍ମ ପରେ ମୋବଇଲ ଧରେ 

    କାନ୍ଦୁ ନାହିଁ କୁଆଁ କୁଆଁ 

ପାଠ ପଢିବାକୁ ଚିନ୍ତା ନାହିଁ ତାକୁ 

   ଯେତେ କହେ ତାର ମାଆ ||2


ପବଜୀ ଫ୍ରିଫେୟାର କରୁଛି ଫାୟାର 

    ବର୍ଣ୍ଣବୋଧ ଯାଉ ଚୁଲିକି 

ଚିଣ୍ଟୁ ମାର ମାର  ବଣ୍ଟି ଧର ଧର 

   ବାଟେ ଘାଟେ ପଶେ ପାଟିକି ||3


ସୁନ୍ଦର ସୃଷ୍ଟିରେ  ଧରିତ୍ରୀ ବକ୍ଷରେ 

    ଅଧର୍ମର କାଣ୍ଡ ହୁଏ 

ଧର୍ମ ରକ୍ଷା ପାଇଁ କେହି ଏଠି ନାହିଁ 

    ସତ୍ୟ ଲୁଚି କାନ୍ଦୁଥାଏ ||4


ସମାଜର ନୀତି ନୀଳ ରଙ୍ଗ ବତୀ 

    ପାଖା ପାଖି ଲାଗେ ସତେ 

ନେତା ମନ୍ତ୍ରୀ ଗଣ  ସୁଧୀ ଜନେ ଶୁଣ 

    ସବୁ ଗଡେ ବାଟେ ଘାଟେ 

    ସବୁ ଗଡେ ବାଟେ ଘାଟେ ||5


ଖରାପ ଲାଗିଲେ ଦିହକୁ ନେବେନି 



Rate this content
Log in